ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଆଜି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ତମ୍ପରା ବିନ୍ଧୁଣି ଛକନିକଟରୁ ଏସଟିଏଫ୍ ଦୁଇଟି କଲରାପତରିଆ ବାଘଛାଲ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ଦୁଇଜଣ ଗିରଫ ହେଲେ ଚନ୍ଦ୍ରପୁର ଥାନା ବିଜାପୁର ଗ୍ରାମର ବିକ୍ରମ ମାଝୀ ଏବଂ ରାଜା ମାଝୀ । ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଏଷ୍ଟିଏଫ୍ ଏହି ଚଢାଉ କରିଥିବା ନେଇ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି । ଏ ନେଇ ଏଷ୍ଟିଏଫ କେସ ନମ୍ବର 27 ରେ ମାମଲା ରୁଜୁ କରିଛି । ଏହି ଜବତ ଛାଲ ପରୀକ୍ଷଣ ପାଇଁ ଡେରାଡୁନ କୁ ପଠାଯିବ ଏବଂ ତଦନ୍ତ ଚାଲିଥିବା ଏସ.ଟି.ଏଫ ପକ୍ଷରୁ ସୂଚନା ମିଳିଥିବା ବେଳେ ଗିରଫ ଅଭିଜୁକ୍ତ ଙ୍କୁ ରାୟଗଡ଼ା ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post