ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ରେ ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି | ଜାତି ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କ୍ରୀଡା ଉତ୍ସବ କୁ ଉଦଘାଟନ କରିଥିଲେ | ମଶାଲ ସ୍ଥାପନ ସହ କ୍ରୀଡା ପତାକା ଉତ୍ତୋଳନ କରିଥିଲେ | ଆଦିବାସୀଙ୍କ ଲୁକାୟିତ କଳା ପ୍ରତିଭା କୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ପ୍ରତିଯୋଗିତା କରାଯାଉଥିବା ଆଉ ବ୍ଲକ ସ୍ତରରୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ମଧ୍ଯ ପ୍ରତିଯୋଗିତା ରେ ଭାଗ ନେଇପାରିବେ | ଆଦିବାସୀ ଙ୍କ କଳା ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପ୍ରୟାସ ଜାରି ରଖିଛନ୍ତି | ପ୍ରଥମେ 9 ଟି ଆଦିବାସୀ ଜିଲ୍ଲା ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିଲା ବୋଲି ମନ୍ତ୍ରୀ ଜଗନ୍ନାଥ ସାରକା ନିଜ ଅଭିଭାଷଣରେ କହିଥିଲେ |
ରାଜ୍ଯ ସରକାର କ୍ରୀଡା କୁ ବିଶ୍ଵ ଦରବାରରେ ପହଞ୍ଚାଇ ଥିବା ଓ ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଜିଲ୍ଲା ଅଧ୍ୟକ୍ଷା ଅନୁସାୟା ମାଝୀ | ଆୟୋଜିତ ଉତ୍ସବରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗୋ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସିକା ଶାନ୍ତି ପ୍ରଧାନ, ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ, ସରପଞ୍ଚ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ସଦସ୍ୟ, 19 ପଞ୍ଚାୟତ ର ଛାତ୍ର ଛାତ୍ରୀ ସମେତ ସ୍କୁଲ ର ଖେଳ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ |