ଭୁବନେଶ୍ୱର:ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଏବଂ ଇନ୍ସୁରାନ୍ସ ଭୋକେସନାଲ୍ ବିଷୟରେ ଶିକ୍ଷକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛିା ପୂର୍ବତନ ଉପନିର୍ଦ୍ଦେଶକ ପ୍ରଫେସର ଡ. ତିଳତ୍ତମା ସେନାପତି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲୋ ଶ୍ରୀମତୀ ରଞ୍ଜିତା ମେରୀ ନାୟକ ଉପଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ଶିବିରର କାର୍ଯ୍ୟ ନିର୍ଘଣ୍ଟ ସମ୍ବନ୍ଧରେ ଆଲୋକପାତ କରିଥିଲୋ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରଞ୍ଜନ ବଳ ସମସ୍ତ ଟ୍ରେନି ଓ ରିସୋର୍ସ ପର୍ସନମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଥିଲୋ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍ ଆୟାର ଦୁଇଦିବସୀୟ ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ ଟ୍ରେନିମାନଙ୍କ ଠାରୁ ଫିଡବ୍ୟାକ ନେଇଥିଲୋ ଏନ୍ଏସକ୍ୟୁଏଫ ସିଲାବସ୍ ପ୍ରଥମ ବର୍ଷ ପାଇଁ ଲାଗୁ ହୋଇଥିବାରୁ ବିଭିନ୍ନ ମାଧ୍ୟମରୁ ସିଲାବସ୍ ସମ୍ବନ୍ଧୀୟ ଶିକ୍ଷା ସାମଗ୍ରୀ ଛାତ୍ରଛାତ୍ରୀମାନଙ୍କୁ ଜଣାଇବା ପାଇଁ ମତପ୍ରଦାନ କରିଥିଲୋ ସହକାରୀ ନିର୍ଦ୍ଦେଶକ ସୁନନ୍ଦା ମେକାପ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ
Sign in
Sign in
Recover your password.
A password will be e-mailed to you.
Prev Post