“ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଗୋଟିଏ ମିଛ ନାଟକ “
ମୟୂରଭଞ୍ଜରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ : ସାରସକଣା ନିର୍ବାଚନ ମଣ୍ଡଳୀରେ ଶେଷ ହେବାପରେ ବିଜେଡି ପଦଯାତ୍ରା ହୋଇଥିବା ବେଳେ ବିଜେଡି ଦଳରୁ ସାଂସଦ ହୋଇଥିବା ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଂସଦା କିନ୍ତୁ ବିଜେଡି ଦଳ ଉପରେ ଉଠାଇଛନ୍ତି ଅଭିଯୋଗ! ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହେବାମାତ୍ରେ ଏହାକୁ ସରକାରୀ ଦଳର ଗୋଟିଏ ମିଛ ନାଟକ ବୋଲି କହିଛନ୍ତି ଇଂ ରାମଚନ୍ଦ୍ର ହାଁସଦା। ସାରସକଣା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଏହି ଅଭିନବ ଆନ୍ଦୋଳନ ଯାହାର ମଙ୍ଗ ଧରିଛନ୍ତି ପୂର୍ବତନ ସାଂସଦ। ପ୍ରତ୍ୟେକ ପଞ୍ଚାୟତ କୁ ପହଞ୍ଚି ଗାଁ ଗାଁ ରେ ଲୋକମାନଙ୍କ ଗହଳିକୁ ଯାଇ ସରକାରଙ୍କ ବୈମାତୃକ ମନଭାବ ବିରୋଧରେ ଜନସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ଯୋଜନା ଓଡ଼ିଶାରେ ଲାଗୁ ହୋଇଥିଲେ ମଧ୍ୟ ଅନୁରୂପ ଭାବେ ଭିନ୍ନ ଭିନ୍ନ ରାଜ୍ୟରେ ସେହି ଯୋଜନା ଚାଲିଥିଲା ବେଳେ, ହିତାଧିକାରୀ ମାନଙ୍କୁ ଓଡ଼ିଶାର ଜନସାଧାରଣ ମାନଙ୍କ ଅପେକ୍ଷା ବେଶ ଅଧିକ ସହାୟତା ସରକାର ଦେଉଛନ୍ତି ସେ ରାଜ୍ୟ ର ସରକାର ମାନେ ହେଲେ ଓଡିଶା ସରକାର କେନ୍ଦ୍ର ଅନୁଦାନକୁ ନିଜ ଯୋଜନା ମାଧ୍ୟମରେ ପ୍ରଦାନ କରି ଭୋଟ ବ୍ୟାଙ୍କ ତିଆତି କରୁଥିବା ବେଳେ, କେନ୍ଦ୍ରର ଆର୍ଥିକ ଅନୁଦାନ ସହିତ ରାଜ୍ୟର ଅନୁଦାନ ନମିସେଇବା ହେତୁ ହିତାଧିକାରୀଙ୍କୁ ଉଚିତ ଲାଭ ମିଳୁନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା ତୁଳନାରେ ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ରାଜ୍ୟ ହିତାଧିକାରୀ ମାନଙ୍କୁ ଯେତିକି ଅର୍ଥ ସହାୟତା ଦିଆଯାଉଛି ତାଙ୍କ ତୁଳନାରେ ଓଡିଶାର ଗରିବଙ୍କୁ ଏକ ଆର୍ଥିକ ବୋଝ ଦିଆଯାଉଛି ଓଡିଶାରୁ।ଏକ ଲକ୍ଷ ତିରିଶ ହଜାର ଟଙ୍କାରେ ମନ୍ତ୍ରୀ ନେତା ମାନଙ୍କର ପାଇଖାନା ନିର୍ମାଣ କରି ହେଉ ନଥିବା ବେଳେ, ଗରିବପରିବାର ଟି ଗୃହ ନିର୍ମାଣ କରିବ କିପରି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାମଚନ୍ଦ୍ର ହାଁସଦା। ବାଲି, ସିମେଣ୍ଟ, ଇଟା,ଲୁହାଛଡ଼ ଆଦିର ଅହେତୁକ ଦରବୃଦ୍ଧି ହେଉଥିବା ବେଳେ ସରକାରୀ ସମୟ ଭିତରେ ଘର ନିର୍ମାଣ କାର୍ଯ୍ୟ ସାରିବା ସମ୍ଭବ ହେଉନାହିଁ। ସେହିପରି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତା ଅନ୍ୟ ରାଜ୍ୟରେ, ଏକ ହଜାର, ପନ୍ଦରସହ ଦିଆ ଯାଉଥିଲା ବେଳେ ଓଡ଼ିଶା କୁ ମଧ୍ୟ କେନ୍ଦ୍ରସରକାର 500ଟଙ୍କା ଦେଉଛନ୍ତି କିନ୍ତୁ ଆଉ କିଛି ପଇସା ନ ଦେଇ ବାହାବାହା ନେଉଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି।
ତେବେ ଏହି ଆନ୍ଦୋଳନ ରେ ରାମଚନ୍ଦ୍ର ହାଁସଦା ଙ୍କ ସହିତ ଝାରଖଣ୍ଡ ଓ ବିଜୁ ଜନତା ଦଳରେ ପୂର୍ବରୁ କାର୍ଯ୍ୟ କରୁଥିବା ଅନେକ କର୍ମୀ ଓ ନେତା ସାମିଲ ହୋଇ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ଆସନ୍ତା 2024ନିର୍ବାଚନରେ ଶ୍ରୀ ହାଁସଦା ନିଶ୍ଚିତ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ, ଜୋରଦାର ପ୍ରଚାର ପ୍ରସାର ସହିତ ଲୋକଙ୍କ ପାଖକୁ ପହଁଚିବେ ବୋଲି ସୂଚନା ମିଳିଛି। ସାରସକଣା ନିର୍ବାଚିତ ମଣ୍ଡଳୀ ରୁ ଆରମ୍ଭ ହୋଇଛି ଏହା ମୟୂରଭଞ୍ଜ ଜିଲ୍ଲା ସାରା ଜନସଚେତନତା କରାଯିବ ବୋଲିି ଶ୍ରୀ ହଁ।ସଦା କହିଛନ୍ତି।।