ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ”ସୁରଭି” ଓ ଓଡିଶା ମିଲେଟ ପ୍ରତିଯୋଗିତା – ୨୦୨୩ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ”ସୁରଭି”-୨୦୨୩ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ , ଗଜପତି ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳାଇ ପ୍ରମୁଖ ମଞ୍ଚାସୀନ ଥିଲେ।
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ”ସୁରଭି” ସମେତ ଚଳିତ ବର୍ଷ ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି , ଯାହା ହେଉଛି ଓଡିଶା ମିଲେଟ ପ୍ରତିଯୋଗିତା-୨୦୨୩ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ ଯେ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ହାର ଜିତକୁ ଭୁଲି ପ୍ରତ୍ୟେକ ପ୍ରତିଯୋଗିତାରୁ ଜୀବନର ଭଲ ଶିକ୍ଷା ଗ୍ରହଣ କରି ଭବିଷ୍ୟତରେ ଭଲ ମଣିଷ ହେବାପାଇଁ ଉପଦେଶ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପ୍ରତିଟି ପିଲା ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି ତେଣୁ କୌଣସି ସଙ୍କୋଚ ବା ଭୟ ନ କରି ଆଗକୁ ବଢ଼ି ସମସ୍ତେ ପ୍ରତିଯୋଗିତାରେ ଭାଗ ନେବାପାଇଁ ଜିଲ୍ଲାପାଳ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।
ଓଡିଶା ସରକାରଙ୍କ ଅଭିନବ ପ୍ରୟାସ ‘ଓଡିଶା ମିଲେଟ ପର୍ବ ‘ ଅନ୍ତର୍ଗତ , ଓଡିଶା ତଥା ଜିଲ୍ଲା କୃଷି ବିଭାଗ ତରଫରୁ ଏବର୍ଷ ଆୟୋଜିତ ମିଲେଟ ପ୍ରତିଯୋଗିତା-୨୦୨୩ ରେ ମଧ୍ୟ ପିଲାମାନେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ପାଇଁ ଜରୁରୀ ସୁଷମ ଖାଦ୍ୟରେ ମିଲେଟ ର ଗୁରୁତ୍ବ ସଂପର୍କରେ ଅବଗତ କରାଇଥିଲେ। ସେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କୁ ମିଲେଟର ପୌଷ୍ଟିକ ତତ୍ତ୍ବ ବିଷୟରେ ପିଲାମାନଙ୍କୁ ବୁଝାଇବା ସହ ଦୈନନ୍ଦିନ ଭୋଜନରେ ମିଲେଟକୁ ସାମିଲ କରିବାପାଇଁ କହିଥିଲେ।ଚଳିତ ବର୍ଷ ଏହି ଶିଶୁ ମହୋତ୍ସବରେ ଜିଲ୍ଲାର ସାତ ଗୋଟି ବ୍ଲକରୁ ବିଭିନ୍ନ ବିଦ୍ୟାଳୟର ୪୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପ୍ରତିଯୋଗୀତାରେ ଯୋଗଦେଇଥିଲେ। ଏହି ଅବସରରେ ତର୍କ , ପ୍ରବନ୍ଧ , କୁଇଜ୍ , ସୃଜନାତ୍ମକ ଲେଖନୀ , ଚିତ୍ରାଙ୍କନ , ସଙ୍ଗୀତ , ସାଂସ୍କୃତିକ ନୃତ୍ୟ ଗୀତ ତଥା ମିଲେଟ ପ୍ରତିଯୋଗିତାର ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ରାଜ୍ୟସ୍ତରୀୟ ପ୍ରଯ୍ୟନ୍ତ ସମ୍ପ୍ରସାରିତ , ଏଣୁ ଜିଲ୍ଲା ସ୍ତରରେ କୃତକାର୍ଯ୍ୟ ହୋଇଥିବା ପ୍ରତ୍ୟେକ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଶିକ୍ଷାର୍ଥୀ ରାଜ୍ୟସ୍ତରୀୟ ଉତ୍ସବରେ ଭାଗନେବେ।
ଏହି କାର୍ଯ୍ୟକ୍ରମରେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ୱାଇ.ଧର୍ମ ରାଜୁ , ସନ୍ତୋଷ ସାହୁ , ଜନଜାତି ସଂଯୋଜକ , ଗଜପତି, ଏସ୍.ତିରୁପତି , ପୁରୁଷତ୍ତମ ବେହେରା , ରମାକାନ୍ତ ପଟ୍ଟାୟକ , ଅମୂଲ୍ୟ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସହଯୋଗ କରିଥିଲେ।

Leave A Reply

Your email address will not be published.