କୁଚିଣ୍ଡା/ ଜମନକିରା ,୭/୧୦:କୁଚିଣ୍ଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରୁ ଅବସର ପ୍ରାପ୍ତ ରାଜ୍ୟ ପୁରସ୍କୃତ ପ୍ରଧାନ ଶିକ୍ଷକ ସ୍ବର୍ଗତ ଦୁର୍ଗା ପ୍ରସାଦ ଦ୍ବିବେଦୀ ଙ୍କ ସ୍ମୁତି ଉଦ୍ଦେଶ୍ୟରେ ଆଜି ତାଙ୍କ କର୍ମଭୂମି କୁଚିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି ।ତାଙ୍କର ପ୍ରିୟ ଛାତ୍ର ମାନଙ୍କ ପକ୍ଷରୁ ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଂଜଳି ସଭା କୁ ଅବସର ପ୍ରାପ୍ତ ରାଜସ୍ବ ଅଧିକାରୀ ଶାନ୍ତନୁ ସାହୁ ସଭାପତିତ୍ବ କରି ଦୁର୍ଗାପ୍ରସାଦ ଙ୍କ ଦ୍ଵାରା ଲିଖିତ ଚାରି ଗୋଟି ପୁସ୍ତକ ର ସ୍ମୁତିଚାରଣ ସହ ଅପ୍ରକାଶିତ ଲେଖା ଗୁଡ଼ିକର ପ୍ରକାଶନର ଆବଶ୍ୟକତା ଉପରେ କହିଥିଲେ ।ସଭାରେ ତାଙ୍କର ସହଯୋଗୀ ବର୍ଷୀୟାନ ଶିକ୍ଷକ ପର୍ଶୁରାମ ସାହୁ,କୁଚିଣ୍ଡା ଏସ ବି ଆଇ ଲାଇଫ ର ଶାଖା ପରିଚାଳକ ରାଜକିଶୋର ଜେନା,ଆବାହକ ସୁବାସ ନାୟକ,ଯୁଗ୍ମ ଆବାହକ ହୃଦାନନ୍ଦ ଶର୍ମା , ସ୍ୱାଗତ ୬୯ କ୍ଳବ୍ ସଭାପତି ଡାକ୍ତର ଶରତ ଚନ୍ଦ୍ର ଗୌନ୍ତିଆ, ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୁଝାରୀ ପ୍ରମୁଖ ସ୍ବର୍ଗତ ଦ୍ବିବେଦୀ ଙ୍କ ସ୍ମୁତି ଚାରଣ କରିଥିଲେ ।ପ୍ରାରମ୍ଭରେ ସ୍ବର୍ଗତ ଦ୍ବିବେଦୀଙ୍କ ତୈଳ ଚିତ୍ର ରେ ପୁରାତନ ଛାତ୍ର ଓ ଅତିଥି ଗଣ ମାଲ୍ୟାର୍ପଣ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ରଞ୍ଜିତ ବରିହା,ସହକାରୀ ଶିକ୍ଷକ କୈଳାସ ପଟେଲ,ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ରାଜେନ୍ଦ୍ର କୁମାର ପଟେଲ, ଶଶିକାନ୍ତ ସୁନାନୀ,ରାଜ୍ୟ ପୁରକୃତ ଶିକ୍ଷକ ଡମ୍ବରୁଧର ସାହୁ ପ୍ରମୁଖ ଙ୍କ ସହ ବହୁ ପୁରାତନ ଓ ବର୍ତ୍ତମାନ ର ଛାତ୍ର ଗଣ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।ଶେଷରେ ଖେଳ ଶିକ୍ଷକ ଶ୍ରୀକାନ୍ତ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.