ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତ ସ୍କାଉଟ୍ ଏବଂ ଗାଇଡ଼ ଶାଖା ତରଫରୁ ” ବିଶ୍ୱ ପତାକା ଦିବସ” ପାଳିତ ହୋଇଯାଇଛି । ରୋଭର ଲିଡର ପି ଦୀପକ ରାଓ ଓ ରେଞ୍ଜର୍ ଲିଡର ସ୍ନିଗ୍ଧା ରାଣୀ ଗୌଡ଼ଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ମାନଙ୍କୁ ପତାକା ଦିବସର ମହତ୍ୱ ସମ୍ପର୍କରେ ବୁଝାଇବା ସହ ସମସ୍ତଙ୍କୁ ପତାକା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଡ଼ିଟର ମାନସ ରଂଜନ ସିହ୍ନା, ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହପାତ୍ର,ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ଦେବେଶ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ,ସ୍ୱରୂପା ରାଣୀ ବିଶ୍ୱାଳ, ଦୀପୁ ଭୁୟାଁ, ମହେଶ୍ଵର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.