ବାଣପୁର/ଖୋର୍ଦ୍ଧା:- (ସେକ୍ କୌସର): ବାଣପୁର ସହରର ଏକ ସୁନା ଦୋକାନରେ ଜିଏସଟି ଟିମ ଚଢ଼ାଉ କରିଛି। ଖବର ମୁତାବକ ବାଣପୁର ତହସିଲ ରୋଡ଼ ସ୍ଥିତ ଟୁକୁନା ଜୁଏଲର୍ଷ ଦୋକାନରେ ୭ ଜଣିଆ ଜିଏସଟି ଟିମ ଚଢ଼ାଉ କରିଛି। ସମ୍ପୃକ୍ତ ଦୋକାନୀ ମାଲିକ ସରୋଜ ପାତ୍ର (ଟୁକୁନା) ଦୀର୍ଘ ଦିନ ଧରି ସୁନା ଓ ରୂପା ବେପାର କରିଆସୁଥିବା ବେଳେ ଜିଏସଟି ଫାଙ୍କୁ ଥିବା ଅଭିଯୋଗ ହୋଇଆସୁଥିଲା। ଏଥିସହିତ ଖୁବ କମ ଦିନ ମଧ୍ୟରେ ଏକାଧିକ ଜାଗାବାଡି ସାଙ୍ଗକୁ କୋଠାବାଡି କରି ଚର୍ଚ୍ଚାକୁ ଆସିଥିଲେ।ଅଭିଯୋଗ କ୍ରମେ ଆଜି ୭ ଜଣିଆ ଜିଏସଟି ଟିମ ଟୁକୁନା ଙ୍କ ଦୋକାନ, ବାଣପୁର ସ୍ଥିତ ନିଜ ଘର ଉପରେ ଅତର୍କିତ ଚଢ଼ାଉ କରି ଛାନଭିନ କରିଛି। ସୁତରାଂ ଜିଏସଟି ଚଢ଼ାଉ ଜାରିରହିଥିବା ଖବର ପ୍ରଚାରିତ ହେବାପରେ ଅନେକ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.