“ମହକ’ର ଦ୍ୱିତୀୟ ଦିବସରେ ପୁରସ୍କୃତ ହେଲେ ୩୪ ଜଣ ପ୍ରତିଭା

0

ଭୁବନେଶ୍ୱର : ଗତକାଲିଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଉତ୍ସବ, “ମହକ’ର ଆଜି ଥିଲା ଦ୍ୱିତୀୟ ଦିବସା ପ୍ରାୟ ଏକଦଶନ୍ଧିରୁ ମହିଳା ଓ ଶିଶୁ ବିକାଶ ବିଭାଗ ପିଲାମାନଙ୍କର କାର୍ଯ୍ୟକ୍ରମ “ମହକ’ ପାଳିତ ହେଇଆସୁଛିା ଏହି ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ କେବଳ ଏକ ପର୍ବ ନୁହେଁ ଏହା ଆମ ରାଜ୍ୟର ପିଲାମାନଙ୍କ ହୃଦୟରେ ବାସ କରୁଥିବା ସମ୍ଭାବ୍ୟ, ଏକତା ଏବଂ ସ୍ୱପ୍ନର ଏକ ପ୍ରମାଣା ଓଡିଶାର ଭବିଷ୍ୟତର ସୁଯୋଗ୍ୟ ପିଢିକୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟା
ଆଜି ଦ୍ୱିତୀୟ ଦିନରେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ “ମହକ’ ଉତ୍ସବର ପୁରସ୍କାର ବିତରଣ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛିା ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭ ଶର୍ମା ଉପସ୍ଥିତ ରହି ପିଲାମାନଙ୍କୁ ପ୍ରୋତ୍ସାହିତ କରିଥିଲୋ ଆଜି ମହକର ଦ୍ୱିତୀୟ ଦିନର ମୁଖ୍ୟ ଆକର୍ଷଣ ହେଲେ ଓଲିଉଡର ସୁପତିଷ୍ଠିତ ଗାୟକ ଶ୍ରୀମତୀ ଦୀପ୍ତି ରେଖା ପାଢ଼ୀ ଏବଂ ଅଭିନେତା ଶ୍ରୀ ସ୍ୱରାଜ ବାରିକା ସମଗ୍ର ରାଜ୍ୟର ୨୨୮ ଶିଶୁ ଯତ୍ନ ଅନୁଷ୍ଠାନରୁ ଆସିଥିବା ୫୧୧ ପ୍ରତିଯୋଗୀମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୩୪ ଜଣ ଜିଲ୍ଲାସ୍ତରୀୟ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲାା ସଙ୍ଗୀତ, ଗ୍ରୁପ ଡାନ୍ସ, ବିତର୍କ, ଚିତ୍ର ଓ କୁଇଜ ଆଦି ବିଭିନ୍ନ ବିଭାଗରେ ଏହି ୩୪ ଜଣ ବିଜେତାଙ୍କ ମଧ୍ୟରୁ ୧୬ ଜଣ ସିନିୟର ଓ ୧୮ ଜଣ ଜୁନିଅର ବର୍ଗର ବିଜେତା ଅଛନ୍ତିା
ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ରେଗା ଗୀତାରାଣୀ ପଟ୍ଟନାୟକ ସମ୍ମାନିତ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ ଏବଂ ଶିଶୁ ସୁରକ୍ଷା ସମିତିର ପ୍ରବନ୍ଧକ ଶ୍ରୀ ପ୍ରୀତିକାନ୍ତ ପଣ୍ଡା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲୋ

Leave A Reply

Your email address will not be published.