ଭାରତ ସ୍କାଉଟ୍ସ୍ ଓ ଗାଇଡ଼୍ସ ପକ୍ଷରୁ କଲ୍ଚରାଲ୍ ଫ୍ୟୁଜନ୍ କାର୍ଯ୍ୟକ୍ରମ

0

ଭୁବନେଶ୍ୱର :ଭାରତ ସ୍କାଉଟସ୍ ଓ ଗାଇଡ଼୍ସ ସଂସ୍ଥାର ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶା ଶାଖା ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ସଂସ୍ଥା ତରଫରୁ ତା୭.୧୧.୨୦୨୩ରିଖ ଦିନ ଠାରୁ ରାଜ୍ୟ ମୁଖ୍ୟାଳୟ ପରିସରରେ “କଲ୍ଚରାଲ୍ ଫ୍ୟୁଜନ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏଥିରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ୬୦୦ ସ୍କାଉଟ୍ ଗାଇଡ଼୍ ଯୋଗଦାନ କରିଛନ୍ତି । ୭ତାରିଖ ଦିନ ପ୍ରତିଷ୍ଠା ଦିବସ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଅନ୍ୟାନ୍ୟ ମନ୍ତ୍ରୀ ଏବଂ ବିଭିନ୍ନ କାର୍ଯ୍ୟାଳୟମାନଙ୍କୁ ପିଲାମାନେ ଭେଟି ସ୍କାଉଟ୍ ଗାଇଡ଼୍ ପ୍ରତୀକ ପତାକା ପ୍ରଦାନ କରିଥିଲେ ।
ଅପରାହ୍ନରେ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଓ ଗାଇଡ଼ସ୍ ସଭାପତି ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଯୋଗଦାନ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମାନ୍ୟବର ମନ୍ତ୍ରୀ ସ୍କାଉଟ୍ ଗାଇଡ଼୍ ମାନଙ୍କର ଯୋଗଦାନକୁ ପ୍ରଶଂସା କରି ତାଙ୍କ ଅଭିଭାଷଣରେ ସ୍କାଉଟ୍ ଗାଇଡ଼୍ ମାନେ ସ୍କାଉଟ୍ ଗାଇଡ଼୍ ସଂସ୍ଥାରେ ଯୋଗଦାନ କରି ଚାରିତ୍ରିକ ଗଠନ ସୃଷ୍ଟି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଉପସଭାପତି ଏବଂ ଅଧ୍ୟକ୍ଷା, ମହିଳା କମିଶନ ଡଃ. (ଶ୍ରୀମତୀ) ମିନତୀ ବେହେରା ଯୋଗ ଦେଇ କ୍ୟାମ୍ପର ସଫଳତା କାମନା କରିଥିଲେ । ପରେ ପରେ ସ୍କାଉଟ୍ ଗାଇଡମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରି ସ୍କାଉଟ୍ ଗାଇଡ଼୍ ପରିସର ମାହୋଲ୍କୁ ତରଙ୍ଗାୟିତ କରିଥିଲେ । ପରିଶେଷରେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.