ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରଗଡ଼ ଜିଲ୍ଲାର ସୋହେଲା ବ୍ଲକରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ପଦ୍ମପୁର ଉପ-ଜିଲ୍ଲାପାଳ ଆଲୋକ ପଟେଲ, ଜିଲ୍ଲା ସ୍ବାସ୍ଥ୍ଯ ଅଧିକାରୀ ଜିତେନ୍ଦ୍ର ବେବର୍ତ୍ତିଆ, ବ୍ଲକ ଅଧ୍ଯକ୍ଷା ବବି ପଧାନ, ବିଡିଓ ସୁରେନ୍ଦ୍ର ମେହେର, ତହସିଲଦାର ହରିଓମ୍ ଭୋଇଂକ ସହ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଶୁଣିଛନ୍ତି। ସୋହେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ୍ ୪୩ ଟି ସମସ୍ୟାର ସମାଧାନ ପାଇଁ ଲୋକେ ଆବେଦନ କରିଥିଲେ।
ସେହି ସବୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦିଷ୍ଟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ତ ସମସ୍ୟାର ପ୍ରତିକାର କରିବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଅବସରରେ ଜଣେ ଷଷ୍ଠ ଶ୍ରେଣୀର ଦିବ୍ଯାଂଗ ଛାତ୍ରଂକୁ ହ୍ବିଲଚେୟାର ପ୍ରଦାନ କରାଯାଇଥିଲା ।
ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଜନସାଧାରାଣଂକ ସମସ୍ଯା ଗୁଡିକୁ ପ୍ରାଧନ୍ଯ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ସେସବୁର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜନଶୁଣାଣି ପୋର୍ଟାଲରେ ଅନଲାଇନ୍ ମାଧ୍ଯମରେ ଆସୁଥିବା ଅଭିଯୋଗ ଗୁଡିକୁ ମଧ୍ୟ ସମାଧାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post