ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନଗର ଭବପ ଠାରେ ଜିଲ୍ଲାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ମିରାକଲ ଡେନ୍ସ ଷ୍ଟୁଡ଼ିଓ ପକ୍ଷରୁ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି।
ଏହି ଦୁଇ ଦିନିଆ ମେଗା ନୃତ୍ୟ ପ୍ରତିଯୋଗୀତାକୁ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ , ସଙ୍ଗୀତ ନିର୍ଦ୍ଦେଶକ ପଣ୍ଡିତ ରଘୁନାଥ ପାତ୍ର ଓ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ମଞ୍ଚ କଳାକାର ଆଦର୍ଶ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମିଳିତ ଭାବେ ଉଦଘାଟନ କରିଥିଲେ ।
ମିରାକଲ ଡେନ୍ସ ଷ୍ଟୁଡିଓ ର ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ମାନେ ପାରଳାଖେମୁଣ୍ଡି ସହିତ କଳା , ସାହିତ୍ୟ ଓ ସଂସ୍କୃତିର ସାମଞ୍ଜସ୍ୟର ବିଭିନ୍ନ ଦିଗ ଉପରେ କହି ଉପାନ୍ତ ଅଞ୍ଚଳରେ ଏଭଳି ଉଦ୍ୟମ ପ୍ରତି ମିରାକାଲ ଡେନ୍ସ ଷ୍ଟୁଡ଼ିଓର ନିର୍ଦ୍ଦେଶକଙ୍କୁ ଭୂୟସୀ ପ୍ରଶଂସା କରି ସାଧୁବାଦ୍ ଜଣାଇବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାଞ୍ଚଳରୁ ଆସିଥିବା ନୃତ୍ୟ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରତିଯୋଗୀତା ରେ ବିଚାରକ ଭାବେ ରାଉରକେଲା ର ବିଜୟ କୁମାର ସାମଲ , ଭୁବନେଶ୍ୱର ର ପ୍ରୀତିଲତା ରାଓ ଏବଂ ବ୍ରହ୍ମପୁରର ଆପାନା ମହାରଣା ପ୍ରମୁଖ ନୃତ୍ୟ ବିଶାରଦ ମାନେ ଉପସ୍ଥିତ ଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ମିରାକଲ୍ ଡେନ୍ସ ଷ୍ଟୁଡିଓର ବରିଷ୍ଠ ସଦସ୍ୟ ଅବିର ଭୂଷଣ ପଣ୍ଡା , ପ୍ରଶାନ୍ତ ପଟ୍ଟନାୟକ ଏବଂ ବିଷ୍ଣୁପ୍ରିୟା ଜେନା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାଞ୍ଚଳ ରୁ ତଥା କୋରାପୁଟ , ରାୟଗଡ଼ା , ବ୍ରହ୍ମପୁର , ଗଜପତି ସମେତ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରୁ ଶତାଧିକ ସଂଖ୍ୟାରେ ନୃତ୍ୟ ପ୍ରତିଯୋଗୀ ମାନେ ଆସି ସେମାନଙ୍କ ନୃତ୍ୟ ପ୍ରତିଭା ଦେଖାଇଥିଲେ । ଯୋଗ୍ୟ ବିବେଚିତ ନୃତ୍ୟ ଶିଳ୍ପୀ ଓ ନୃତ୍ୟ ଦଳ ମାନଙ୍କୁ ଆସନ୍ତା ନଭେମ୍ବର ୨୮ ତାରିଖ ମିରାକଲ ନାଇଟ ରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post