ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ହୋଇଥିବା ସାଇବର ଅପରାଧ , ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ହୋଇଥିବା ସାଇବର ଅପରାଧ , ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଆମ ସମାଜ ତଥା ଜନସାଧାରଣଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବା ପାଇଁ ସୁରକ୍ଷା ଅଭିଯାନ ଏବଂ ସଚେତନତା ନିମିତ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମାରାଥନ ଦୌଡ଼ ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ଭାଗ ନେଇଥିଲେ। ମାରାଥନ ଦୌଡ ପ୍ରତିଯୋଗିତାରେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗିତାଙ୍କୁ ଉପଯୁକ୍ତ ପ୍ରେରଣା ଦେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ ସେମାନଙ୍କୁ ପୁରସ୍କାର ଆକାରରେ ଜୋତା ପ୍ରଦାନ କରିଥିଲେ।
ସେଥିମଧ୍ୟରେ ପୁରୁଷ ବିଭାଗରେ ଦୀନେଶ ନାୟକ ପ୍ରଥମ , କେ.ଏନ୍. ଆର୍. ଗଣେଶ ବର୍ମା ଦ୍ଵିତୀୟ ଓ ସୁରେଶ ଚନ୍ଦ୍ର ପୁତ୍ତା ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ମହିଳା ବିଭାଗରେ ରାଣୀ ଶବର ପ୍ରଥମ , ମନିସା ମଣ୍ଡଳ ଦ୍ଵିତୀୟ ଓ ପୁଷ୍ପଲତା ପୋଲେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଭବିଷ୍ୟତରେ ସେମାନେ କିପରି ଆହୁରି ଆଗକୁ ଭଲ ପ୍ରଦର୍ଶନ କରିବେ ସେହି ବିଷୟରେ ଉତ୍ସାହ ଓ ପ୍ରେରଣା ଦେଇଥିଲେ।

Leave A Reply

Your email address will not be published.