ଧାନ ଗଛ ନଷ୍ଟ କଲେ ହାତୀ ସମସ୍ୟା ରେ ଚାଷି।

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଶେଫାଳି ପାହଡ ନିକଟ ହନୁମାନ ମନ୍ଦିର ନିକଟରେ ଥିବା ଧାନ ଚାଷ ଜମିରେ ଦୁଇଟି ହାତୀ ପଶି ଗଛ ଗୁଡିକ ଖାଇବା ସହ ଧାନ ଗଛ ଗୁଡିକୁ ନଷ୍ଟ କରିଛନ୍ତି। ଆଉ କିଛି ଦିନ ଗଲେ ଧାନ ଅମଳ ହୋଇଥାନ୍ତା। ଅମଳ ସମୟରେ ହାତୀ ଧାନ ଗଛ ନଷ୍ଟ କରିବା ଚାଷି ଙ୍କ ପାଇଁ ସମସ୍ୟା ଉପୁଜୁଛି। ଗୁଣୁପୁର ହାଉସିଂବୋର୍ଡ ଗ୍ରାମର ଜାବେଲ ଶବର ଙ୍କ ଜମି। ସକାଳୁ ଜାବେଲ ନିଜ ଧାନ ଜମିକୁ ଜାଇଥିଲେ। ସେଠାରେ ହାତୀ ଦ୍ବୟ ଏଭଳି ନଷ୍ଟ କରିଥିବା ଦେଖିଥିଲେ। ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଜାବେଲ ଦାବି କରିବା ସହ କିଛି କ୍ଷତି ପୁରଣ ପାଇଁ ଗୁହାରି କରିଛନ୍ତି।

 

Leave A Reply

Your email address will not be published.