ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜେପି କୃଷକ ମୋର୍ଚ୍ଚା ଗଜପତି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକ ପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଙ୍କ ୯ ବର୍ଷ ଶାସନ କାଳରେ କୃଷକ କଲ୍ୟାଣ କାରୀ ଯୋଜନା ଉପରେ କହିବା ସହିତ ବିଜୁ ଜନତା ଦଳର ୨୪ ବର୍ଷ ଶାସନରେ କୃଷି ଓ କୃଷକ ବିରୋଧି ମନୋଭାବ ଯୋଗୁ ଓଡିଶାର ଚାଷୀ ଆଜି ଆତ୍ମହତ୍ୟା କରୁଛି ବୋଲି ତାଙ୍କର ଭାଷଣରେ ଶ୍ରୀ ସାହୁ କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ. ରାଓ , ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ , ରାଜ୍ୟ ସଂଯୋଜକ ଶ୍ରୀ ଜଗନ୍ନାଥ ମହାପାତ୍ର ଓ ଉତ୍ତମ କୁମାର ପାଣିଗ୍ରାହୀ , ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଗଜେନ୍ଦ୍ର କୁମାର ଚୈଧୁରୀଙ୍କ ସମେତ ବହୁ ନେତୃବୃନ୍ଦଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.