ଶତାଧିକ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ
ପଦ୍ମପୁର:- ( ଶିବାସୀଷ ପଟ୍ଟନାୟକ ) ଚଳିତ ମାସ ରେ ହେବାକୁ ଯାଉଛି ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ । ନିର୍ବାଚନ କୁ ଅତି ନିକଟରୁ ପରଖୁ ଥିବା ବିଶେଷଜ୍ଞ ତଥା ନିରପେକ୍ଷ ଭାବରେ ନିର୍ବାଚନ ଉପରେ ନଜର ରଖୁଥିବା ବିଶେଷଜ୍ଞ ମାନଙ୍କ ମତ ଅନୁସାରେ ଉକ୍ତ ପାଞ୍ଚ ଗୋଟି ରାଜ୍ୟ ବିଜେପି ର ସ୍ଥିତି ସେତେଟା ଭଲ ନାହିଁ । ସମାନ ପରିସ୍ଥିତି ଅଣ ବିଜେପି ଶାସିତ ରାଜ୍ୟ ଗୁଡିକରେ ମଧ୍ୟ ରହିଛି । ମୁଖ୍ୟତଃ 2009 ପରେ ଓଡ଼ିଶା ରେ କ୍ଷମତା ଉପଭୋଗ ପାଇଁ ଚାହିଁ ବସିଥିବା ବିଜେପି ର ନେତା ମାନଙ୍କୁ କ୍ରମାଗତ ଭାବରେ ଦିନକୁ ଦିନ ହ୍ରାସ ପାଉଥିବା ଲୋକପ୍ରିୟତା ଓ ବିଜେପି ର ନେତା ମାନଙ୍କ ଶୋଚନୀୟ ପରାଜୟ ଏକ ପ୍ରକାର ହତାଶ ଓ ନିରାଶ କରୁଛି । କ୍ରମାଗତ ଭାବରେ ଦଳ ଛାଡିବାରେ ଲାଗିଛନ୍ତି ଦଳର ନେତା ଓ ସାଧାରଣ କାର୍ଯକର୍ତା ।
ଆମ ରାଜ୍ୟରେ 2009 ପରଠାରୁ ଲୋକଙ୍କୁ ନାନା ପ୍ରକାର ପ୍ରଲୋଭନ , ରାଜ୍ୟ ସରକାର ଙ୍କର ବିରୋଧ ରେ ନାନା ପ୍ରକାର ଅପପ୍ରଚାର କରିବା ସତ୍ୱେ , ଯେତେ ଚେଷ୍ଟା କଲେ ମଧ୍ୟ ବିଜେପି କିମ୍ବା ବିରୋଧୀ ଅଣ୍ଟା ସିଧା କରି ଛିଡା ହୋଇ ପରିବା ସ୍ଥିତି ରେ ନାହାନ୍ତି । କ୍ରମାଗତ ଭାବରେ କିଛି କିଛି ଦିନ ଅନ୍ତରାଳରେ ବିରୋଧୀ ନେତା ଓ କାର୍ଯକର୍ତା ବିଜ୍ଵଡି ରେ ସାମିଲ ହେବାରେ ଲାଗିଛନ୍ତି ।
ବରଗଡ ଜିଲ୍ଲାର ପାଞ୍ଚ ଗୋଟି ଓ ଝାରସୁଗୁଡା ଜିଲ୍ଲା ର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ନେଇ ଗଠିତ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ସାତ ଗୋଟି ବିଧାନସଭା ଗତ ସାଧାରଣ ନିର୍ବାଚନରେ ବିଜେଡି ଦଖଲ କରିଥିବା ବେଳେ ଲୋକସଭା ଆସନ ବିଜେପି ଦଖଲ କରିଥିଲା । ଲୋକେ ବିଶ୍ୱାସ ର ସହିତ ଲୋକସଭା ପାଇଁ ବିଜେପି କୁ ଭୋଟ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ବରଗଡ଼ ଜିଲ୍ଲାର ଦୁଇ ବିଜେପୁର ଓ ପଦ୍ମପୁର ତଥା ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ରେ ହୋଇଥିବା ଉପନିର୍ବାଚନ ସମୟରେ ବିଜେପି ତଥା ବିରୋଧୀ ନେତା ଓ କାର୍ଯକର୍ତା ମାନଙ୍କ ବିଜେଡି ରେ ସାମିଲ ହେବାର ବେଗ ଦେଖି ଲାଗିଲା ଯେ ସମସ୍ତେ ଓଡ଼ିଶାର ବିକାଶ ସହିତ ସାମିଲ ହେବାକୁ ଚାହୁଁଛନ୍ତି । ଏହି ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ପଦ୍ମପୁର ଉପନିର୍ବାଚନ ସମୟରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ଙ୍କୁ ବିରୋଧୀ ଦଳର ଜାତୀୟ ସ୍ଥାରୀୟ ନେତା ମାନେ ଯେଉଁଭଳି ଭାବରେ ସର୍ଵ ସାଧାରଣ ରେ ମାନସିକ ନିର୍ଯାତିତ କରି ତାଙ୍କୁ ବ୍ୟକ୍ତିଗତ ଭାବରେ ଟାର୍ଗେଟ କରିଥିଲେ ତାହା ସମସ୍ତ ଙ୍କୁ ଜଣା ଓ ଏହାର ଫଳ କଣ ହେଲା ତାହା ମଧ୍ୟ ସମସ୍ତଙ୍କୁ ଜଣା । ମୁଖ୍ୟତଃ ବିରୋଧୀ ମାନଙ୍କ ଅପପ୍ରଚାର ଥିଲା ଯେ ବର୍ଷା ନିର୍ବାଚନ ପରେ ଅନ୍ୟ କୁଆଡେ ଚାଲିଯିବେ । ହେଲେ ଉପନିର୍ବାଚନ ରେ ବିଜୟୀ ହେଲାପରେ ବର୍ଷା ଙ୍କର ନିଜର ଜନ୍ମମାଟି ତଥା ନିଜର ନିର୍ବାଚନ ମଣ୍ଡଳୀ ର ଗାଁ କୁ ଗାଁ ବୁଲୁଥିବା ଦୃଶ୍ୟ ବର୍ଷା ଙ୍କୁ ଭୋଟ ଦେଇଥିବା ସାଧାରଣ ଜନତା ଙ୍କୁ ଅସ୍ବସ୍ତି ଆଣି ଦେଇଥିବା ବେଳେ ବିରୋଧୀ ଙ୍କର ରାତିର ନିଦ ହଜେଇ ଦେଇଛି । ପ୍ରଥମେ ହ୍ରାସ ପାଉଥିବା ଲୋକପ୍ରିୟତା ଦ୍ଵିତୀୟ ରେ ତୃଣମୂଳ ସ୍ତରରେ କାର୍ଯକର୍ତା ମାନଙ୍କ ଦଳ ପରିତ୍ୟାଗ କରିବା , ବର୍ତ୍ତମାନ ବିରୋଧୀ ମାନଙ୍କ ମୁଖ୍ୟ ମୁଣ୍ଡବ୍ୟଥା ର କାରଣ ପାଲଟିଛି ।
ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହାଙ୍କ କାର୍ଯ୍ୟଦକ୍ଷତା , କଠୋର ପରିଶ୍ରମ ଏବଂ ତାଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ଦେଖି , ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ ଜନ ହିତକାରୀ ଯୋଜନା ଏବଂ ରାଜ୍ୟ ସରକାର ଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ , ଓଡିଶା ବାସୀ ଙ୍କର ଦ୍ୱାରା ଏକ ବିଶ୍ୱାସନୀୟ ରାଜନୈତିକ ଦଳ ଭାବେ ବିଜେଡି କୁ ଆପଣାଇ , ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ପବିତ୍ର ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଅବସ୍ଥିତ ବିନ୍ଧ୍ୟବାସିନୀ ଧର୍ମଶାଳା ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଟେମରୀ ଗ୍ରାମପଞ୍ଚାୟତ ଓ ଛେତଗାଁ ଗ୍ରାମପଞ୍ଚାୟତର ୧୦୦ରୁ ଉର୍ଦ୍ଧ ଭାରତୀୟ ଜନତା ପାର୍ଟିର କର୍ମୀ ବିଜେପି ଦଳ ତ୍ୟାଗକରି ,ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।ମିଶ୍ରଣ ପର୍ବ ସମୟରେ ବିଧାୟିକା ବର୍ଷା ସିଂ ବରିହା ଆଜି ବିଜେଡି ରେ ଯୋଗ ଦେଇଥିବା ସମସ୍ତ କାର୍ଯକର୍ତା ମାନଙ୍କୁ ଦଳରେ ବିଧିବଦ୍ଧ ଭାବରେ ସାମିଲ କରିବା ସହିତ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଲକ ସଭାପତି ଗୈାତମ ସିଂ ଙ୍କର ପ୍ରତକ୍ଷ ତତ୍ୱବାଧାନ ଓ ପ୍ରୟାସ ରେ ଆୟୋଜିତ ଏହି ସଭାରେ , ବରଗଡ଼ ଜିଲ୍ଲାର ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପୁଟା , ବିଜୁ ଜନତା ଦଳ ପାଇକମାଲ ବ୍ଳକ ସଭାପତି ରାଜେନ୍ଦ୍ର ରାଉତ,ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ ବରିହା ପ୍ରମୁଖଙ୍କ ଉପସ୍ଥିତି ଥିଲେ।