ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ନେଲେ ପ୍ରମୁଖ ଶାସନ ସଚିବ

0


ବିଭାଗୀୟ ପଦୋନ୍ନତି, ପେନସନ୍ ଓ ଶୃଙ୍ଖଳାଗତ ପ୍ରକ୍ରିୟାକୁ ପ୍ରାଥମିକତା

ଭୁବନେଶ୍ୱର(ଶାସକ ପ୍ରଶାସକ): ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ଠିକ ସମୟରେ ପେନସନ୍ ପ୍ରଦାନ, ପ୍ରମୋସନ୍ ଓ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଉପରେ ପ୍ରାଥମିକତା ଦେବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତିା ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ଓସ୍ୱାନ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲାା ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଏଥିରେ ଅଧ୍ୟକ୍ଷତା କରି କହିଲେ ଯେ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କ ପେନସନ, ପଦୋନ୍ନତି ଓ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଉପରେ ବିଭାଗ ବିଶେଷ ଭାବେ ଧ୍ୟାନ ଦେଉଛିା ଏହି ସୁବିଧା ସୁଯୋଗରୁ ଯେପରି କେହି ଅବହେଳିତ ଅଥବା ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଅଧିକାରୀମାନେ ଯନିବାନ ହେବା ଆବଶ୍ୟକା ଜଣେ ଅବସର ନେବାର ୬ ମାସ ପୁର୍ବରୁ ତାଙ୍କର ପେନସନ ସମ୍ବନ୍ଧୀୟ କାଗଜ ପତ୍ର ବିଭାଗରେ ପହଞ୍ଚିବା ଆବଶ୍ୟକା ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧୀୟ ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ ଦିଗରେ ବିଭାଗ ଧ୍ୟାନ ଦେବା ଜରୁରୀ ବୋଲି ସେ ପ୍ରକାଶ କରିଥିଲୋ ମୋ ସରକାର ଅଧିନରେ ଡିଭିଜନ ଓ ସର୍କଲର ତଥ୍ୟ ଲିପିବଦ୍ଧ ହେବା ଜରୁରୀା ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପଗୁଡିକର ସମୀକ୍ଷା ଅବସରରେ ଶ୍ରୀ ସିଂହ କହିଲେ ଯେ ସଡକ, ସେତୁ ଓ ଗୃହ ନିର୍ମାଣ କ୍ଷେତ୍ରରେ ବିଭାଗ ସମସ୍ତ ସର୍କଲମାନଙ୍କୁ ପର୍ଯ୍ୟାପ୍ତ ପା=ି ହସ୍ତାନ୍ତର କରିଛିା ଏଣୁ ସମସ୍ତ ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ଏବଂ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱା ଏ ଦିଗରେ ବିଭାଗର ସମସ୍ତ ଯନ୍ତ୍ରୀମାନେ ଯନିବାନ ହେବା ଆବଶ୍ୟକା
ସେହିପରି ଆର.ଆଇ.ଡି.ଏଫ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟରେ ସାରିବା ସହ ଚଳିତ ନଭେମ୍ବର ୧୫ ତାରିଖ ସୁଦ୍ଧା ପିସିଆର ପ୍ରଦାନ କରିବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେବା ସହ ରୋଡ ଏବଂ ବ୍ରିଜ ସେକଫରରେ ସ୍ଥଗିତ ରହିଥିବା ଡିପିଆର ଆସନ୍ତା ଏକ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କହିଥିଲୋ ଅକେଫାବର ମାସ ସୁଦ୍ଧା ବିଭାଗୀୟ ବଜେଟର ୬୦ ପ୍ରତିଶତ ଡିଭିଜନମାନଙ୍କୁ ପ୍ରଦାନ କରା ଯାଇଥିବାବେଳେ ଚଳିତ ମାସରେ ଏହା ୭୦ ପ୍ରତିଶତକୁ ବୃଦ୍ଧି କରାଯାଇଛିା ବିଭାଗର ପ୍ରକଳ୍ପଜନିତ ବ୍ୟୟ ସେହି ଅନୁପାତରେ ହେବା ସହିତ ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ସମସ୍ତ ଡିଭିଜନ ଅନ୍ୟìନ ୭୦ ପ୍ରତିଶତ ଅନୁଦାନ ଖର୍ଚ୍ଚ କରିବା ସହ ସମସ୍ତ ଡିଭଜନ ସର୍ବନିମ୍ନ ୨୦ କୋଟି ଟଙ୍କା ଖର୍ଚ୍ଚ କରି ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ଏଥି ସହିତ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ବାକି ରହିଥିବା ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ କହିଥିଲୋ ସେହିପରି ବିଜୁସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ଆପ୍ରୋଚ ରୋଡଗୁଡିକୁ ଯଥା ସମୟରେ ସାରିବାକୁ ବୈଠକରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲାା ୨୦୨୧-୨୨ ଆର୍ଥିକ ବର୍ଷ ପୂର୍ବରୁ ବାକି ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ବୁଝିବା ସହ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ସମସ୍ତ ପ୍ରକଳ୍ପର ବାକି ରହି ଯାଇଥିବା ଡିପିଆର ଫାଇନାଲ କରି ଟେଣ୍ଡର ପ୍ରକ୍ରିୟା ଶୀଘ୍ର ସାରିବାକୁ ଶ୍ରୀ ସିଂହ ପରାମର୍ଶ ଦେଇଥିଲୋ ବିଜୁ ସେତୁ ଯୋଜନା ଅଧିନରେ ଥିବା ଅସମ୍ପୂର୍ଣ୍ଣ କାମକୁ ତ୍ୱରାନ୍ୱାତ ପ୍ରକ୍ରିୟାରେ ସାରିବାକୁ ବୈଠକରେ ଗୁରୁତ୍ୱ ଦିଆ ଯାଇଥିଲାା ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସାରିବା ସହିତ ୨୦୨୧-୨୨ ପୂର୍ବରୁ ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପ ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପୁର୍ଣ୍ଣ ହେବା ଜରୁରୀ ବୋଲି ଶ୍ରୀ ସିଂହ କହିଥିଲୋ ଏଥି ସହିତ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପ୍ରକ୍ରିୟା ଚୂଡାନ୍ତ କରିବାକୁ କହିଥିଲୋ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତାଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ସମ୍ପୃକ୍ତ ସଂସ୍ଥାଗୁଡିକ ସହିତ ରାଜିନାମା ସ୍ୱାକ୍ଷର କରି କାର୍ଯ୍ୟ ଆଗେଇ ନେବାକୁ ପରାମର୍ଶ ଦେଇଥିଲୋ ଚାଲୁ ରହିଥିବା ସମସ୍ତ ପ୍ରକଳ୍ପ ସ୍ଥାନରେ ସ୍କିମ ବୋର୍ଡ ଏବଂ ପ୍ରୋଜେକଫ ବୋର୍ଡ ଲଗାଇବା ବାଧ୍ୟତାମୂଳକ ବୋଲି ଶ୍ରୀ ସିଂହ ଅଧିକାରୀମାନଙ୍କୁ କହିଥିଲୋ
ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଆଲୋଚନା କରା ଯାଇଥିଲା ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିଥିଲେ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା, ଇ.ଆଇ.ସି ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଇ.ଆଇ.ସି ଶ୍ରୀ ଜୀବନାନନ୍ଦ ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲୋ

 

Leave A Reply

Your email address will not be published.