-
ଆଜିର ଶପଥ – କୌଣସି ଅଭାବୀ ଶିଶୁ ପଛରେ ପଡ଼ିବେ ନାହିଁ
-
ଶିଶୁ ଜାତୀୟ ଜୀବନ ଧାରାର ମୂଳଉତ୍ସ
-
ଆହ୍ୱାନ – ଆସନ୍ତୁ ଶିଶୁ ଅଧିକାର ସୁରକ୍ଷା ପାଇଁ ହାତ ମିଳେଇବା
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଆଜି ତ୍ରୟୋଦଶ ପ୍ରତିଷ୍ଠା ଦିବସା ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗଦେଇ କହିଲେ ଯେ ବର୍ତ୍ତମାନର ପିଲାମାନେ ଭବିଷ୍ୟତର ପ୍ରତିନିଧି ଓ ଆସନ୍ତାକାଲି ବିଭିନ୍ନ କ୍ଷେତ୍ରରେ ସେମାନେ ନେତୃତ୍ୱ ନେବୋ ମୋ ସରକାର ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ପୁଷ୍ଟିକର କାର୍ଯ୍ୟକ୍ରମରେ ପୁଞ୍ଜିବିନିଯୋଗ ପାଇଁ ପ୍ରତିବଦ୍ଧ ଅଟନ୍ତିା ପରିବାର ହରାଇଥିବା ପିଲାମାନଙ୍କ ପାଇଁ ଆମେ ରାଜ୍ୟର ବ୍ୟବସ୍ଥାକୁ ଦୃଢ କରିଛୁା ତା’ସହ କୋଭିଡ ମହାମାରୀ ସମୟରେ ଆରମ୍ଭ ହେଇଥିବା “ଆଶୀର୍ବାଦ ଯୋଜନା’ ଅଧୀନରେ ପିତାମାତାଙ୍କୁ ହରାଇଥିବା ପଚାଶ ହଜାରରୁ ଅଧିକ ପିଲାଙ୍କୁ ସହାୟତା ପ୍ରଦାନ କରିଛୁା
ଆମେ ସମସ୍ତେ ମିଶି କେବଳ ଆମ ପିଲାମାନଙ୍କର ଅଧିକାରର ସୁରକ୍ଷା କରୁନାହୁଁ ବରଂ ସେମାନଙ୍କ ସାମର୍ଥ୍ୟକୁ ମଧ୍ୟ ପରିପୁଷ୍ଟ କରୁଛୁ ବୋଲି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ମତପ୍ରକାଶ କରିଛନ୍ତିା ପରସ୍ପର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଦ୍ୱାରା ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହେଇପାରିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଦୃଢ ଆଶା କରିଛନ୍ତିା
ଏହି ଅବସରରେ ଶିଶୁ ସୁରକ୍ଷା ଅଧିକାର ଉଦ୍ଦେଶ୍ୟର ଉତ୍ତମ କାର୍ଯ୍ୟ କରିଥିବା ପୁରୀକୁ ସର୍ବୋତ୍ତମ ଶିଶୁ ଅଧିକାର ଜିଲ୍ଲା ଭାବେ ଓ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରର ବିଧାୟକ ଲତିକା ପ୍ରଧାନଙ୍କୁ ସମ୍ମାନପତ୍ର ସହ ପୁରସ୍କୃତ କରାଯାଇଥିଲାା ଆହୁରି ମଧ୍ୟ ଶିଶୁଶ୍ରମିକ ଓ ବାଲ୍ୟବିବାହ ସହ ଲଢି ଆଜି ସମାଜରେ ସମ୍ମାନର ସହ ଜୀବନ ବିତାଉଥିବା ବିଭିନ୍ନ ଜିଲ୍ଲାର ବାଲ୍ୟଯୋଦ୍ଧାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲାା ଏହି ଅବସରରେ ଶିଶୁ ଅଧିକାର ଓ ଅଦ୍ୱିିକା ଓ ବାଲ୍ୟ ବିବାହ ସଂପର୍କିତ ବିଭିନ୍ନ ପୋଷ୍ଟର ଉନ୍ମୋଚିତ ହୋଇଥିଲାା ଏହି ଅବସରରେ “ଆହ୍ୱାନ- ଆସନ୍ତୁ ଶିଶୁ ଅଧିକାର ସୁରକ୍ଷା ପାଇଁ ହାତ ମିଳେଇବା’ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲାା
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଶ୍ରୀମତୀ ମନ୍ଦାକିନୀ କର ତାଙ୍କର ସ୍ୱାଗତ ଭାଷଣରେ ଶିଶୁ ଅଧିକାର ସୁରକ୍ଷା ପାଇଁ ସାମୂହିକ ଦାୟିତ୍ୱ ପାଇଁ ଆହ୍ୱାନ ଦେଇଛନ୍ତିା ଏହି ଉତ୍ସବରେ ଉତ୍ତର ଭୁବନେଶ୍ୱରର ବିଧାୟକ ସୁଶାନ୍ତ ରାଉତ,ୟୁନିସେଫର ମୁଖ୍ୟ ଫିଲï ଅଫିସର ଶ୍ରୀଯୁକ୍ତ ଓ୍ୱିଲିୟମ୍ ହାନଲନ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁମିତ୍ରା ଜେନା ଓ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଚିବ ପ୍ରଭାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲୋ