ରଖେ ହରି ମାରେ କିଏ !!!

0

ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆଜି ଅପରାହ୍ନ ପ୍ରାୟ ୪ ଘଣ୍ଟିକା ସମୟରେ ଭଞ୍ଜନଗର ବନବିହାର ପାର୍କ ସମ୍ମୁଖ ରାସ୍ତା କଡରେ ଥିବା ୧୧ କେ.ଭି ବିଦ୍ୟୁତ ଖୁଣ୍ଟ ରେ ୨୫ ବର୍ଷୀୟ ଯୁବକ ହଠାତ ଚଢି ଆତ୍ମ ହତ୍ୟା କରିବାକୁ ଉଦ୍ୟତ ହେବା ସମୟରେ ସ୍ଥାନୀୟ ଲୋକେ ପାଟି କରି ଓଲ୍ହାଇ ଆସିବାକୁ ଅନୁରୋଧ କରିଥିଲେ , କିନ୍ତୁ ଯୁବକ ଟି ଜିଦ୍ ରେ ଅଟଳ ଥିଲା ଓ ବାରଣ ସତ୍ତ୍ୱେ ବିଦ୍ୟୁତ ତାର କୁ ଧରି ଦେଇଥିଲେ ଓ ସର୍ଟ ସର୍କିଟ ହୋଇ ଯୁବକ ଜଣକ ବିଦ୍ୟୁତ ଖୁଣ୍ଟ ଉପରେ ଲାଗି ରହିଥିଲେ। ଏହି ସମୟରେ ଭଞ୍ଜନଗର ଅଗ୍ନି ବିଭାଗ ଓ ପୋଲିସ ପହଞ୍ଚି ବହୁତ କଷ୍ଟରେ ତାଙ୍କୁ ଦଉଡି ମାଧ୍ୟମରେ ତଳକୁ ଆଣିଲେ, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି। ଯୁବକ ର ନାମ ଅଶୋକ ମହାରଣା ଘର ବ୍ରହ୍ମପୁର ଲଷ୍ମୀ ନୃସିଂହ ସାହି । ସେ କୋୖଣସି ଏକ ମେଳା ରେ କାର୍ଯ୍ୟ କରୁଥିଲେ,ସେମାନଙ୍କ ସହ କର୍ମୀ ମାନେ କହିବା ଅନୁସାରେ ସେ ମୁଜାଗଡ ରେ ମେଳା ଲାଗିଥିଲା ଓ ସେମାନେ ଖାଇବା ପାଇଁ ଭଞ୍ଜନଗର ବନବିହାର ସାମ୍ନାରେ ଥିବା ହୋଟେଲ ଜଙ୍ଗଲ ଭିଉ କୁ ଯାଇଥିଲେ। ହଠାତ ଖାଇବା ଜାଗାରୁ ଉଠି ଆସି ସେ ଯୁବକ ଜଣକ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢି ଯାଇ ଥିଲେ। ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଲୋକଟିର ମାନସିକ ଅବସ୍ଥା ଠିକ ଥିଲେ ସୁଦ୍ଧା କିପରି ଓ କେଉଁ ପରିସ୍ଥିତିରେ ଏପରି କାର୍ଯ୍ୟ କଲେ ସମସ୍ତଙ୍କୁ ଚକିତ କରିଛି।

Leave A Reply

Your email address will not be published.