ବେଦାନ୍ତ ଆଲୁମିନିୟମ ପ୍ରୋଜେକ୍ଟ ଶ୍ରୀ ଶକ୍ତିର ଶୁଭାରମ୍ଭ ସହିତ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣକୁ ସଦୃଢ କରିଛି
୧୦୮ ମହିଳାଙ୍କୁ ସି-ସିଫ୍ଟରେ ସକାଳ ୧୦.୧୦ରୁ ସନ୍ଧ୍ୟା ୬.୧୦ ପାଇର୍ ସପ ଫ୍ଲୋରରେ ନିଯୁକ୍ତି ସୁଯୋଗ ଦିଆଯାଇଛି
ଝାରସୁଗୁଡ଼ା, ଓଡ଼ିଶା, ୧ନଭେମ୍ବର ୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଶ୍ରୀ ଶକ୍ତି ପ୍ରକଳ୍ପର ଶୁଭାରମ୍ଭ କରିଛି, ଯାହା ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକୁ ନେଇ ଆମର ପ୍ରତିଶ୍ରୁତି ପ୍ରତିବଦ୍ଧତାର ପ୍ରମାଣ ଅଟେ । ପ୍ରକଳ୍ପର ଏକ ଅଂଶ ଭାବରେ କମ୍ପାନି ଏହା ଘୋଷଣା କରିଛିଯେ ୧୦୮ ଜଣ ମହିଳା ସି ସିଫ୍ଟରେ ସପ ଫ୍ଲୋରରେ କାର୍ଯ୍ୟ କରିବେ ଓ ସେମାନଙ୍କ କ୍ୟାରିୟରର ଅଗ୍ରଗତି କରିବେ ।
ଏହି ପ୍ରୟାସ ବେଦାନ୍ତର ଚେୟାରମ୍ୟାନ ଶ୍ରୀ ଅନୀଲ ଅଗ୍ରୱାଲଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ସହିତ ମେଳ ଖାଉଛି, ଯିଏ ୨୦୨୫ ସୁଦ୍ଧା ଗୋଷ୍ଠୀ ମଧ୍ୟରେ ୩୩% ବିବିଧତା ହାର ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ନୂଆ କର୍ମଚାରୀଙ୍କ ପାଇଁ ଏକ ସୁଗମ ଅନବୋର୍ଡିଂ ପ୍ରକ୍ରିୟା ନିଶ୍ଚିତ କରିବାକୁ ବେଦାନ୍ତ ଧ୍ୟାନ ଦେଉଛି । ଅତିରିକ୍ତ କ୍ୟାମେରା ସ୍ଥାପନ, ପରିବହନ ପାଇଁ ମହିଳା ଡ୍ରାଇଭର, ମହିଳା ସୁରକ୍ଷା କର୍ମୀ, ଉଚ୍ଚସ୍ତରୀୟ ତାଲିମ ଓ ବିକାଶ କାର୍ଯ୍ୟ ଲାଗି ପ୍ରଶିକ୍ଷକ ଯୋଗାଇବା, ଆତ୍ମ ରକ୍ଷା ତାଲିମ ଓ ତୁରନ୍ତ ସହାୟତା ଲାଗି ଏକ ଉତ୍ସର୍ଗୀକୃତ ହେଲପଲାଇନ ବ୍ୟବସ୍ଥା ଯୋଗାଇ ଦିଆଯାଉଛି ।
ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକୁ ଏହାର କର୍ମକ୍ଷେତ୍ରରେ ସ୍ଥାନ ଦେବା ପାଇଁ ବେଦାନ୍ତର ଏହି ପ୍ରୟାସ ସଂପର୍କରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ-ଆଲୁମିନିୟମ ବ୍ୟବସାୟ କହିଛନ୍ତିଯେ ବେଦାନ୍ତ ସମାନ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଓ ମହିଳା କର୍ମଚାରୀଙ୍କ ପ୍ରତି ଆମେ ସମାନ ସୁଯୋଗ ପ୍ରଦାନ କରିବାକୁ ଧ୍ୟାନ ଦେଉଛୁ । ଆମର କାରଖାନା ଫ୍ଲୋରରେ କାର୍ଯ୍ୟ ଲାଗି ଶ୍ରୀ ଶକ୍ତି ପରି ପଦକ୍ଷେପ ହେଉଛି ଆମର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆମେ ବିଶ୍ୱାସ କରୁଯେ ବେଦାନ୍ତର ଅଭିବୃଦ୍ଧି ଗୋଷ୍ଠୀର ଅଭିବୃଦ୍ଧି ସହ ଜଡ଼ିତ ଓ ଏହିଭଳି ମହିଳାମାନଙ୍କ ପାଇଁ ବିକାଶ ଓ ସୁଯୋଗ ସୃଷ୍ଟି କରିବ । ସବୁ ସିଫ୍ଟରେ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ଓଡ଼ିଶାରେ ପ୍ରଥମ ଧାତୁ ଓ ଉତ୍ପାଦନକାରୀ କମ୍ପାନି ହେବା ହେଉଛି ଆମ ଉପରେ ଗୋଷ୍ଠୀ ବିଶ୍ୱାସର ପ୍ରମାଣ ।
ଏହି ନୂଆ ଯାତ୍ରା ଆରମ୍ଭ ସମୟରେ ଭାବନା ବର୍ମା ନିଜର ଉତ୍ସାହ ବାଂଟି କହିଛନ୍ତିଯେ ବେଦାନ୍ତ ସହିତ ମୁଁ ନିଜର ବୃତିଗତ ଜୀବନ ଆରମ୍ଭ କରବା ଅପେକ୍ଷାରେ ରହିଛି । ସି ସିଫ୍ଟରେ କାର୍ଯ୍ୟ କରିବା ମୋର ଉଚ୍ଚ ଅଧ୍ୟୟନକୁ ସନ୍ତୁଳିତ କରିବ ଓ ମୋ ପରିବାର ଲାଗି ଏକ ବିଶେଷ ଯୋଗଦାନ ହେବ । ବେଦାନ୍ତ ଉପରେ ମୋର ଅଖଣ୍ଡ ଭରସା ରହିଛି ।
କମ୍ପାନିର ବହୁ ପଦକ୍ଷେପ ରହିଛି ସେଥିମଧ୍ୟର କିଛି :
• ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଏହାର ସବୁ କାର୍ଯ୍ୟରେ ଲିଙ୍ଗ ନିର୍ବିଶେଷରେ କର୍ମଚାରୀ ଗ୍ରହଣ କରିଥାଏ । ଏଥିରେ ୪୫୫ରୁ ଅଧିକ ମହିଳା ସ୍ମେଲଟର ଓ ପାୱାର ଅପରେସନ, ସୁରକ୍ଷା, ଭିତିଭୂମି, ବାଣିଜ୍ୟ, ମାର୍କେଟିଂ, ଇନୋଭେସନ, ଲଜିଷ୍ଟିକ ତଥା ଅନ୍ୟାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।
• ଭବିଷ୍ୟତରେ ମହିଳା ନେତୃତ୍ୱଧାରୀଙ୍କୁ ପ୍ରତିପୋଷଣ କରିବା ପାଇଁ ବେଦାନ୍ତ ଭି-ଲିଡ ପ୍ରବର୍ତନ କରିଛି । ଏଥିପାଇଁ ଉତ୍ସାହୀ ମହିଳାଙ୍କୁ ଚିହ୍ନଟ କରିବା କଂପାନିର ଲକ୍ଷ୍ୟ ରହିଛି । ଅତିରିକ୍ତ ଭାବେ ଭି-ରିଚ ପ୍ରୋଗ୍ରାମ ଯୁବ ସ୍ନାତକଙ୍କୁ ସେମାନଙ୍କ କ୍ୟାରିୟରକୁ ଆଗକୁ ବଢାଇବାରେ ସାହାଯ୍ୟ କରିଥାଏ ।
• ବେଦାନ୍ତ ଅଗ୍ନିବାହିନୀ ନାମକ ଏକ ସର୍ବ ମହିଳା ଅଗ୍ନି ବାହିନୀ ଗଠନ କରାଯାଇଛି ଯେଉଁମାନେ ଝାରସୁଗୁଡ଼ାର ପ୍ଲାଂଟ ତଥା ଜରୁରୀକାଳୀନ ସହାୟତା ସମୟରେ ସଜାଗ ରହି ଦାୟିତ୍ୱ ତୁଲାଇଥାନ୍ତି, ଏଥି ପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଇଛି।
• ବେଦାନ୍ତ ଝାରସୁଗୁଡ଼ାରେ ସ୍ଥାୟୀ ଜୀବିକା ଓ ମହିଳା ସଶକ୍ତିକରଣ ପାଇଁ ପ୍ଲାଗସିପ ପ୍ରକଳ୍ପ ଶୁଭଲକ୍ଷ୍ମୀ ସମବାୟ ସମିତି ଆରମ୍ଭ ହୋଇଛି । ଏଠାରେ ୪୧୦୦ରୁ ଅଧିକ ସଦସ୍ୟମାନେ ଦକ୍ଷତା ବିକାଶ ଓ ମାଇକ୍ରୋ ଫାଇନାନସ ସହାୟତାରେ ବିଭିନ୍ନ ଉଦ୍ୟୋଗ ସ୍ଥାପନା କରିପାରିଛନ୍ତି ।
• କମ୍ପାନି ଏହାର ମହିଳା କର୍ମଚାରୀ ଓ ସେମାନଙ୍କ ପରିବାର କଲ୍ୟାଣ ତଥା ବୃତି ବିକାଶ ପାଇଁ ଅନେ ମହିଳା କୈନ୍ଦ୍ରିକ ଏଚଆର ନୀତି ଗ୍ରହଣ କରିଛି । ଯେପରିକି-
ପତି ରୋଜଗାର କାର୍ଯ୍ୟକ୍ରମ: ଏହି କାର୍ଯ୍ୟକ୍ରମ କର୍ମଚାରୀଙ୍କ ପତି-ପତ୍ନୀଙ୍କୁ ରୋଜଗାରର ସୁଯୋଗ ଯୋଗାଏ ।
ପ୍ରସାରିତ ପ୍ରସୂତି ଛୁଟି: ଏହି ନୀତି ମହିଳା କର୍ମଚାରୀମାନଙ୍କୁ ୬ମାସର ମାତୃତ୍ୱ ଛୁଟି ପ୍ରଦାନ କରିଥାଏ ।
ପ୍ରେରଣା କାର୍ଯ୍ୟକ୍ରମ: ଏହି କାର୍ଯ୍ୟକ୍ରମ ମହିଳା କର୍ମଚାରୀମାନଙ୍କୁ ମାତୃତ୍ୱ ଛୁଟି ପରେ ସେମାନଙ୍କ କାର୍ଯ୍ୟକୁ ସୁରୁଖୁରୁରେ ଆରମ୍ଭ କରିବାରେ ସାହାଯ୍ୟ କରେ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟା ଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର୍ୟା ଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।