ଓଡ଼ଗାଁ ବ୍ଳକ ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା, ପଲ୍ଲୀରୁ ସହର ହୋଇଛି ଉତ୍ସବ ମୁଖର

0

ପୂଜା ମଣ୍ଡପ ବୁଲି ମାଙ୍କ ଆଶୀର୍ବାଦ ଭିକ୍ଷା କଲେ ବିଧାୟକ ଅରୁଣ

ଓଡ଼ଗାଁ,୨୮।୧୦(ଶ୍ରୀକାନ୍ତ କୁମାର ମିଶ୍ର) : ମା’ ଦୁର୍ଗାଙ୍କ ମେଲାଣି ସହିତ ଓଡ଼ଗାଁ ବ୍ଳକ ଅଞ୍ଚଳ ଗଜଲକ୍ଷ୍ମୀ ପୂଜା ପାଇଁ ହୋଇଛି ଉଠିଛି ଉତ୍ସବ ମୁଖର । ଧନର ଅଧିଷ୍ଠାତ୍ରୀ ମା’ ଲକ୍ଷ୍ମୀଙ୍କୁ ସ୍ବତନ୍ତ୍ର ପୂଜାବିଧି ସହକାରେ ସ୍ବାଗତ ସମ୍ବର୍ଦ୍ଧନା ଆରମ୍ଭ ହୋଇଛି । ଓଡ଼ଗାଁ ଅଞ୍ଚଳର ଗାଁଠାରୁ ସହରଯାଏଁ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ନିମନ୍ତେ ବିଭିନ୍ନ ପୀଠରେ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଆଜିର ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଗ୍ରହଣ ଯୋଗୁଁ ଅପରାହ୍ନ ୪ ପୂର୍ବରୁ ସମସ୍ତ ଦେବନୀତି ସାରିବା ପାଇଁ ନିଷ୍ପତି ଗ୍ରହଣ କରିଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ମା’ଙ୍କ ପୂଜା ବିଧି ସମାହିତ ହୋଇଥିଲା । ଓଡ଼ଗାଁ ଏନ୍ଏସି ଅଞ୍ଚଳ ଶ୍ଳିପୀନଗର ସାହି, ବିଜୟ ମଣ୍ଡପ ସାହି, ବଜାର ସାହି, ପାଇକସାହି, ଜାରୀଙ୍ଗୀ ଏବଂ ମଠଖଜୁରିଆ ଠାରେ ମା’ଙ୍କ ମୃମୟମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା ହୋଇଥିବା ବେଳେ ଓଡ଼ଗାଁ ଲକ୍ଷ୍ମୀ ବଜାର ଅଧିଷ୍ଠାତ୍ରୀ ଗଜଲକ୍ଷ୍ମୀଙ୍କ ମନ୍ଦିରରେ ଷୋଡଶ ଉପଚାରରେ ପୂଜା ନୀତି ସମ୍ପର୍ଣ୍ଣ ସହିତ ଘୃତ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଏତଦ୍ ବ୍ୟତୀତ ବ୍ଳକର ମଶାବାରୀ, ରଙ୍ଗଣୀପାଟଣା, କୁରୁମବାଙ୍କତରା, କୁରାଳ, ପାଣିବନ୍ଧ, ଗୋଡିପଲ୍ଲୀ, ବାଲିଯାତ୍ରା, ନନ୍ଦିଘୋର ଇତ୍ୟାଦି ଗ୍ରାମ ମାନଙ୍କରେ ମଧ୍ୟ ଗଜଲକ୍ଷ୍ମୀଙ୍କ ମୃମୟମୂର୍ତ୍ତିଙ୍କର ପୂଜା ବିଧି ବୈଦିକ ରିତିନୀତି ଅନୁସାରେ ସମ୍ପୂର୍ଣ୍ଣ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସମସ୍ତ ପୂଜାମଣ୍ଡପକୁ ଯାଇ ମା’ଙ୍କୁ ଦର୍ଶନ କରିବା ସହିତ ଆଶିର୍ବାଦ ଭିକ୍ଷା କରିଥିଲେ ।

Leave A Reply

Your email address will not be published.