ଭୁବନେଶ୍ୱର,୨୭/୧୦ : କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା ୫ଜି ଲାବୋରେଟୋରୀ ସ୍ଥାପନ ନିମନ୍ତେ ମନୋନୀତ ଦେଶର ୧୦୦ଟି ଉଚ୍ଚ ଶିକ୍ଷାନୁ୍ଷ୍ଠାନ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି ।
ଶୁକ୍ରବାର ନୂଆଦିଲ୍ଲୀ ଠାରେ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ୍ -୨୦୨୩ର ଉଦ୍ଘାଟନୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିଜିଟାଲି ୧୦୦ଟି ଶିକ୍ଷାନୁଷ୍ଠାନକୁ ୫ଜି ଲ୍ୟାବ ସ୍ଥାପନ ନିମନ୍ତେ ମନୋନୀତ ହୋଇଥିବା ଘୋଷଣା କରିଛନ୍ତି ।
ଏହି ଅବସରରେ କେନ୍ଦ୍ର ରେଳ, ଦୁରସଂଚାର, ଯୋଗାଯୋଗ ଓ ଇଲେକ୍ଟେ୍ରାନିକ୍ସ ଆଣ୍ଡ ଇନ୍ଫର୍ମେସନ୍ ଟେକ୍ନୋଲୋଜି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ ।
ଏହି ୫ଜି ଲ୍ୟାବଗୁଡ଼ିକ ବିଶେଷ ଭାବେ ଛାତ୍ରଛାତ୍ରୀ ଓ ଷ୍ଟାର୍ଟଅପ୍ ଗୁଡ଼ିକ ନିମନ୍ତେ ଆବଶ୍ୟକ । ଏହା ଛଡ଼ା ଏହି ଉଦ୍ୟମ ଦ୍ୱାରା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସଶକ୍ତ ହେବା ସହ ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ୍ ଗୁଡ଼ିକ ୬ଜି ର ଆବଶ୍ୟକତା ନିମନ୍ତେ ପ୍ରସ୍ତୁତ ହୋଇପାରିବେ ।
ଏହି ୫ଜି ଲ୍ୟାବ ସ୍ଥାପନ ସହିତ ସୋଆ ବିଶ୍ୱ ଡିଜିଟାଲ୍ ଇକୋ ସିଷ୍ଟମ ସହିତ ଯୋଡି ହୋଇଯାଇଛି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁସ୍ନାଲ୍ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୩ରେ ସୋଆ ଦେଶର ଶ୍ରେଷ୍ଠ ୧୫ତମ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି ।
ଏହି ୫ଜି ଲ୍ୟାବଗୁଡ଼ିକ ଛାତ୍ରଛାତ୍ରୀ ତଥା ଶିକ୍ଷା ବ୍ୟବସ୍ଥାକୁ ୫ଜି ଜ୍ଞାନକୌଶଳରେ କୁଶଳୀ ହେବା ନିମନ୍ତେ ସାହାଯ୍ୟ କରିବ । ଏଥି ସହିତ ଗ୍ରାମାଂଚଳ ଓ ଆଦିବାସୀ ଅଧୁ୍ୟଷିତ ଅଂଚଳରେ ମଧ୍ୟ ୫ଜି ସେବା ପ୍ରଦାନ ନେଇ କାର୍ଯ୍ୟ କରିବ ।
ଆଇଏମ୍ସି -୨୦୨୩ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା, କମ୍ପୁ୍ୟଟର ସାଇନ୍ସ ବିଭାଗର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଭାରତ ଜ୍ୟୋତି ସାହୁ, ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ସତୀଶ ସାମଲ୍ ଓ ମ୍ୟାନେଜର ଆଇଟି ଶ୍ରୀ ସିଦ୍ଧାର୍ଥ ଦତ ଉପସ୍ଥିତ ଥିଲେ ।
ଏଠାରେ ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ରେ ୧୨୦୦ ରୁ ଉର୍ଧ୍ଵ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର୍ସ ଓ ଅନ୍ୟମାନେ ଏହି ଆଇଏମ୍ସି -୨୦୨୩ ଉଦ୍ଘାଟନୀ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ଦେଖିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post