ଜଗତସିଂହପୁର,ତା-୨୬.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତର୍ତ୍ତଙ୍ଗ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଲଢ଼ୁଆ ଯୁବନେତା ଉଲ୍ଲାସ ଚନ୍ଦ୍ର ବେହେରାଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ବର୍ଗତ ବେହେରାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।
ବରିଷ୍ଠ କଂଗ୍ରେସ ନେତା ଧୃବଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାକୁ କଂଗ୍ରେସ ନେତା ସୁଦର୍ଶନ ବେହେରା ସଂଯୋଜନା କରିଥିଲେ।
ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ପୂର୍ବତନ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀଚରଣ ରାଉତ, ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଚରଣ ଜେନା, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରସନ୍ନ କୁମାର ସାମନ୍ତରାୟ, ସରପଞ୍ଚ ଲିପକ ସାହୁ, ପୂର୍ବତନ ସରପଞ୍ଚ ନିରଞ୍ଜନ ସେନ, ନାରାୟଣ କାନୁନଗୋ, ପୂର୍ବତନ ପାରିଷଦ ରବିନ୍ଦ୍ର ଦାସ, ପୂର୍ବତନ ସମିତି ସଭ୍ୟ ଶିବ ପ୍ରସାଦ ଦାସ, ମୁରଲୀଧର ଭୋଇ, କ୍ଷେତ୍ରମୋହନ ମଲ୍ଲିକ,ଯୁବନେତା ଅଶୋକ ସ୍ବାଇଁ, ଭାବଗ୍ରାହୀ ଦାସ,ସଂଜିବ ମିଶ୍ର,ଧର୍ମାନନ୍ଦ ବିଶ୍ବାଳ,ଚିନ୍ମୟ ସେଠୀ, ଦେବେନ୍ଦ୍ର ବେହେରା, ଉପେନ୍ଦ୍ର ଦାସ, ଅନନ୍ତ ବାସୁଦେବ ମିଶ୍ର ପ୍ରମୁଖ ଯୋଗ ଦେଇ ଦିବ୍ୟଗଂତ ନେତା ସ୍ବର୍ଗତ ଉଲ୍ଲାସ ବେହେରା ଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.