ମନେ ରହିବେ ଲୋକଙ୍କ ପ୍ରିୟ ବିଡିଓ ବିଶ୍ଵ ରଞ୍ଜନ କର

0

ସୋହେଲା 🙁 ସୁରେଶ ବାଗ ) ଯେ କୌଣସି ଅଫିସ ହେଉ , ଅଫିସର ମାନଙ୍କ ବଦଳି ଏକ ସାଧାରଣକେଉଁ ଜାଗାରେ । ସରକାରୀ ଚାକିରୀ ରେ ଅଫିସର ତଥା ଜନସାଧାରଣ ଏକଥା ଭଲ ଭାବରେ ଜାଣିଛନ୍ତି ଯେ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ବେଶି ସମୟ ରହି ପାରିବେନି । ନିଜ ଅଞ୍ଚଳ କୁ ଯଦି କୌଣସି ଭଲ ଅଧିକାରୀ ଆସନ୍ତି ତେବେ ଜନସାଧାରଣ ଙ୍କର କାମ ସୁଚାରୁ ରୂପରେ ହୋଇ ପାରିବ ବୋଲି ଲୋକ ଉତ୍ସାହିତ ହୁଅନ୍ତି ଓ ଅଧିକାରୀ ଙ୍କୁ ଯଥେଷ୍ଟ ସମ୍ମାନ ଓ ଭଲପାଇବା ଦେଇଥାନ୍ତି । ସେହି ଭଳି ଜଣେ ଭଲ ଅଧିକାରୀ ଥିଲେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବିଡିଓ ଶ୍ରୀ ବିଶ୍ୱ ରଞ୍ଜନ କର । ଗତ ୨୩/ ୦୯ / ୨୦୧୯ ଦିନ ସୋହେଲା ବ୍ଲକ ରେ ବିଡିଓ ଭାବରେ ନିଜର ଦାୟିତ୍ୱ ଗ୍ରହଣ କରିଥିଲେ ଶ୍ରୀ ବିଶ୍ୱ ରଞ୍ଜନ କର । ଦାୟିତ୍ୱ ଗ୍ରହଣ କରିବା ର ମାତ୍ର କିଛି ସମୟ ପରେ ହଠାତ କୋରୋନା ମହାମାରୀ ସମଗ୍ର ବିଶ୍ୱ ରେ ଆତଙ୍କ ସୃଷ୍ଟି କରିଥିଲା । ସୋହେଲା ବ୍ଲକ କୁ ଲାଗି ରହିଛି ପଡୋଶୀ ଛତିଶଗଡ଼ ରାଜ୍ୟର ସୀମା ,ମୁଖ୍ୟ ବିଷୟ ହେଲା ସୋହେଲା ଦେଇ ଜାତୀୟ ରାଜପଥ ମୁମ୍ବାଇ କୋଲକାତା ଯାଇଛି , ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ । କୋଭିଡ଼ ସମୟରେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ମୁଖ୍ୟତଃ ଝାରଖଣ୍ଡ, ବିହାର , ପଶ୍ଚିମବଙ୍ଗ , ଆସାମ ଆଦି ରାଜ୍ୟର ଶ୍ରମିକ ମାନେ ରହିଥିଲେ । ଏହି ଶ୍ରମିକ ଭାଇ ମାନଙ୍କୁ ବ୍ୟବସ୍ଥିତ ଭାବରେ କୋବିଡ଼ ନିୟମାବଳୀ କୁ ପାଳନ କରି ତାଙ୍କର ଗନ୍ତବ୍ୟ ସ୍ଥାନ ପର୍ଯନ୍ତ ପହଞ୍ଚାଇବା ଏକ ବିରାଟ ଚେଲେଞ୍ଜ ଥିବା ବେଳେ ଏହି କାର୍ଯକୁ ସଫଳତାର ସହିତ ସମ୍ପାଦନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଲୋକଙ୍କ ମଧ୍ୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ କରି ପାରିଥିଲେ ଶ୍ରୀ କର । ଏହାପରେ ରାଜ୍ୟ ସରକାର ତାଙ୍କୁ ପ୍ରଦାନ କରିଥିବା ସମସ୍ତ ଦାୟିତ୍ୱ ଓ ଲୋକସେବା କାର୍ଯ୍ୟ ଗୁଡିକ ମଧ୍ୟ ସଠିକ ଭାବରେ ତୁଲାଇ ପ୍ରସଂଶିତ ହୋଇ ପାରିଥିଲେ ।
କିଛିଦିନ ପୂର୍ବରୁ ତାଙ୍କର ବଦଳି ଆଦେଶ ସୋହେଲା ଅଞ୍ଚଳ ର ଲୋକଙ୍କୁ ଆହତ କରିଥିଲା କିନ୍ତୁ ସରକାରୀ ଚାକିରୀ ଙ୍କର ନିୟମ ଅନୁସାରେ ତାଙ୍କୁ ଅତି କଷ୍ଟରେ ବିଦାୟ ଜଣାଇଥିଲେ ବ୍ଲକ କର୍ମଚାରୀ ଓ ସଧାରଣ ଜନତା । ତେବେ ନିଜର କାର୍ଯ୍ୟ ପାଇଁ ସୋହେଲା ବ୍ଲକ ବାସୀ ତାଙ୍କୁ ସବୁବେଳେ ମନେ ରଖିବେ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି । ବର୍ତ୍ତମାନ ସୋହେଲା ର ନୂତନ ବିଡିଓ ଭାବରେ ଶ୍ରୀ ସୁରେନ୍ଦ୍ର କୁମାର ମେହେର ଯୋଗଦାନ କରିଛନ୍ତି । ତାଙ୍କୁ ବିଭିନ୍ନ ମହଲ ରୁ ସ୍ୱାଗତ କରାଯାଇଛି । ପ୍ରକ୍ରିୟା । ଆଜି ଏଇଠି ତ କାଲି ଅନ୍ୟ 

Leave A Reply

Your email address will not be published.