ପଣ୍ଡିତ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସୁନାଗରିକ ହେବାକୁ ପରାମର୍ଶ

0

ରାୟଗଡାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ 

  ରାୟଗଡା/ Saroj sahu : ରାୟଗଡାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ ମହା ସମାାରୋହରେ ପାଳିତ ହୋଇଯାଇଛି  । ଶିକ୍ଷାକେନ୍ଦ୍ରର ଶରତ ଭାଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନସେବା କର୍ତ୍ତୃପକ୍ଷ (ଡିଏଲଏସଏ)ର ଅଧ୍ୟକ୍ଷ ବିଶ୍ୱଜିତ ଦାଶ  । ସମ୍ମାନିତ ଅତିଥି ଭାବେ ମୁଖ୍ୟ ଦଣ୍ଡାଧିକାରୀ ଡ. ମହମ୍ମଦ ଇର୍ଷଉଦି ନବୀ , ସିଭିଲ କୋର୍ଟ ରେଜିଷ୍ଟ୍ରର ଇନ୍ଦୁ ଶର୍ମା,ଡିଏଲଏସଏର ସେକ୍ରେଟାରୀ ହିମାଂଶୁ ସାହୁ, ସିଭିଲ ଜଜ୍ ରୁଦ୍ର ପ୍ରସାଦ ମହାପାତ୍ର, ଏସଡିଜେଏମ୍ ସୁଚରିତା ଦାଶ, ଗ୍ରାମ ନ୍ୟାୟାଳୟର ନ୍ୟାୟାଧିକାରୀ ମମତା ମହାନ୍ତି,ଅନୁଷ୍ଠାନର ସଭାପତି ଏନ କେ ଦାଶଙ୍କ ସହିତ ଅନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ଭାରତୀ ଅପା, ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଜବାହରଲାଲ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ  ନିଜକୁ ଦେଶର ଜଣେ ସୁନାଗରିକ ଭାବେ ଗଢିତୋଳିବା ସକାଶେ ପରାମର୍ଶ ଦେଇଥିଲେ । ଉକ୍ତ ଦିବସରେ ଅନୁଷ୍ଠିତ  ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପରସ୍କାର ବିତରଣ କରାଯାଇଥିଲା ଓ ପିଲାମାନଙ୍କ ଦ୍ୱାରା ଚିତାକର୍ଷକ ସାଂସୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  । ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୁପରିଚାନଳାନରେ ସୁନ୍ଦର ଭାବେ ସମ୍ପନ୍ନ  ହୋଇଥିଲା  ।

 

 

Leave A Reply

Your email address will not be published.