ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ, ମୟୂରଭଞ୍ଜ ଜିଲ୍ଲା ସଭାପତି ପ୍ରବୀଣ କୁମାର ଭଞ୍ଜଦେଓଙ୍କ ସୁପାରିସ କ୍ରମେ ନୂତନ ବ୍ଲକ ଓ ନଗର ସଭାପତି ଏବଂ ଜିଲ୍ଲା କମିଟିରେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ ଦେଇଛନ୍ତି । ବ୍ଲକ ସଭାପତି ଯଥା, ଠାକୁରମୁଣ୍ଡା-ନନ୍ଦ କିଶୋର ବାରିକ, କରଞ୍ଜିଆ-ଜନାର୍ଦ୍ଧନ ମହାନ୍ତ, ସୁକୃଳି-ନରେଶ ଗିରି, ରରୁଆଁ-ଅମରେଶ କୁମାର ଭଞ୍ଜଦେଓ, ଯଶୀପୁର-ବିଶେଶ୍ୱର ମହାନ୍ତ, କୁସୁମୀ- ସୁଲୋଚନା ହେମ୍ବ୍ରମ୍, ଜାମଡ଼ା-ଦୁମୁକା ହେମ୍ବ୍ରମ୍, ତିରିଂ-ମୁରୁମ୍ କାଲୁଣ୍ଡିଆ, ବହଳଦା-ରାଜେନ୍ଦ୍ର ମଲ୍ଲିକ, ରାଇରଙ୍ଗପୁର- ସଂଜୟ କୁମାର ନନ୍ଦ, ସାରସକଣା-ପ୍ରଭାକର ପରିଡ଼ା, ବିଜତଳା- ସୁପାଇ ଟୁଡୁ, ବିଶୋୟୀ- ଫଗୁ ମାରାଣ୍ଡି, ବାଙ୍ଗିରିପୋଷୀ- ସାନ୍ତନୁ କୁମାର ଦାସ, କୁଳିଅଣା-ସୁଧାଂଶୁ ପାଣିଗ୍ରାହୀ, ସାମାଖୁଣ୍ଟା-ହରେକୃଷ୍ଣ ମହାନ୍ତ, ବାରିପଦା-ରବୀନ୍ଦ୍ର ମହାନ୍ତ, ଖୁଣ୍ଟା- ସୁବ୍ରତ ଚକ୍ର, ଗୋପବନ୍ଧୁନଗର-ପ୍ରଦୀପ କୁମାର ଉପାଧ୍ୟାୟ, ଉଦଳା- ସରୋଜ କୁମାର ସାମଲ, କପ୍ତିପଦା- ହରିଶ ଚନ୍ଦ୍ର ସଏ, ବେତନଟୀ-ସନ୍ତକ କୁମାର ଲେଙ୍କା, ବଡ଼ସାହି-ପ୍ରକାଶ ଚନ୍ଦ୍ର ଦଳେଇ, ରାସଗୋବିନ୍ଦପୁର-ବିଜୟ କୁମାର ପରିଡ଼ା, ମୋରଡ଼ା- ଅମରେନ୍ଦ୍ର କୁମାର ଦାସ, ଶୁଳିଆପଦା- ପରମାନନ୍ଦ ନାଏକଙ୍କୁ ନିଯୁକ୍ତ କରିଥିବା ବେଳେ ବେଳେ ନଗର ସଭାପତି ଯଥା, ରାଇରଙ୍ଗପୁର ଏନ୍ଏସି- ଜିମୁତ କାନ୍ତି କବି, କରଞ୍ଜିଆ ଏନ୍ଏସି- ବିଜୟ ଦେହୁରୀ, ଉଦଳା ଏନ୍ଏସି-ବନମାଳୀ ବେହେରା, ବାରିପଦା ମୁନିସିପାଲିଟି ସ୍ୱରୂପ କୁମାର ଦାସଙ୍କୁ ନିଯୁକ୍ତ କରିଛନ୍ତି । ସେହିପରି ଜିଲ୍ଲା କମିଟିରେ ନୂତନ ସଂପାଦକ ଭାବେ ସୁବାସ ମଣ୍ଡଳ, ପ୍ରାର୍ଥ ଷଡ଼ଙ୍ଗୀ, ସଂଗଠନ ସଂପାଦକ ଭାବେ ରାଜେଶ ଯାଦବ, ଜିଲ୍ଲା କମିଟିର ମୁଖପାତ୍ର ଭାବେ ସୁନୀଲ ଦାଶଙ୍କୁ ନିଯୁକ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.