ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଗ୍ରାମ ଠାରେ ବରଗଡ ନେହେରୁ ଯୁବକେନ୍ଦ୍ର ଦ୍ବାରା କନ୍ଦାଗାଡ ବିନ୍ଧ୍ୟବାସିନୀ ଯୁବକ ସଂଘ ଆନୁକୁଲ୍ୟରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ଯକ୍ରମରେ ମୁଖ୍ଯ ଅତିଥି ଭାବେରେ ଗାଇସିଲାଟ ବ୍ଲକ ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ , ସମ୍ମାନିତ ଅତିଥି ସରୋଜ ଶ୍ରୀ ଭୁଷଣ ସାହୁ, ସରୋଜିନୀ ପଧାନ, ରବିନ୍ଦ୍ର ଠାକୁର, ପ୍ରମୋଦ ବରିହା, ରୋହିତ ସା,କୁଷ୍ଣଚନ୍ଦ୍ର ସାହୁ ଯୋଗଦାନ କରିଥିଲେ। ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ସୁର୍ଦଶନ ବେହେରା।ବିନ୍ଧ୍ୟବାସିନୀ ଯୁବକ ସଂଘର ସଦସ୍ୟ ମାନେ ଅତିଥି ମାନଙ୍କୁ ପୁଷ୍ଟ ଗୁଚ୍ଛ ଓ ଉପଧୌକନ ଦେଇଥିଲେ। ଏହି ଅବସରରେ ସ୍ବାଧୀନତା ସଂଗ୍ରାମ ରେ ସହୀଦ ହୋଇଥିବା ବ୍ଯକ୍ତି ବିଶେଷଙ୍କ ଅଞ୍ଚଳ ରୁ ପବିତ୍ର ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ଅମ୍ରୁତ ବାଟିକା ପଠାଯିବ। ସେଠାରେ ସହୀଦ ଙ୍କ ପ୍ରତୀକ ଭାବେ ପବିତ୍ର ମାଟି ସବୁବେଲେ ପୂଜା ପାଇବ ବୋଲି ଅତିଥି ମାନେ କହିଥିଲେ। ନେହେରୁ ଯୁବକେନ୍ଦ୍ର ବରଗଡ ଗାଇସିଲାଟ ବ୍ଲକ ର ଭୋଲେଣ୍ଟିୟର ଡିଲେଶ୍ବର ନାଏକ, ରତିକାନ୍ତ ପଧାନ, କନ୍ଦର୍ପ ପଧାନ, ରମଣୀ ରଞ୍ଜନ ପଧାନ ଓ କନ୍ଦାଗାଡ ବିନ୍ଧ୍ୟବାସିନୀ ଯୁବକ ସଂଘର ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ। ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ ରୋହିତ ସା।

Leave A Reply

Your email address will not be published.