ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ତା ଗୋବରା ଅଞ୍ଚଳର ଖ୍ୟାତାନାମା ଡାକ୍ତର ତଥା ସୁନାମଧନ୍ୟ ସମାଜସେବୀ, ଶିକ୍ଷାପ୍ରେମୀ, ଦକ୍ଷ ସଂଗଠକ ଡା. ପାଣୁ ନାୟକଙ୍କର 82 ବର୍ଷ ବୟସରେ ପରଲୋକ ଘଟିଛି I ବୁଧବାର ରାତ୍ରି ଆଠ ଘଣ୍ଟା ତିରିଶ ମିନିଟ୍ ସମୟରେ ଗୋବରା ପଂଚାୟତ ଅନ୍ତର୍ଗତ ବାସୁଦେବପୁର ସ୍ଥିତ ନିଜ ବାସଭବନ ଠାରେ ଡା. ନାୟକ ଇହଲୀଳା ସମ୍ବରଣ କରିଛନ୍ତି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ, ଦୁଇ ପୁଅ ବିଶ୍ୱକାନ୍ତ, ଡାକ୍ତର ଲକ୍ଷ୍ମୀକାନ୍ତ,ଝିଅ ରଶ୍ମିତା ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ନାୟକଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ସ୍ଵର୍ଗତ ନାୟକ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଭାବେ ଶିକ୍ଷାର ବିକାଶ ପାଇଁ ଅଞ୍ଚଳର ବୁଦ୍ଧିଜୀବି ମାନଙ୍କୁ ସଂଗଠିତ କରି ୧୯୮୪ ମସିହାରେ ଗାଁ ଗାଁ ବୁଲି ଇଟାଟିଏ ଓ ଟଙ୍କାଟିଏ ସଂଗ୍ରହ କରି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଡା . ନାୟକଙ୍କ ଦେହାନ୍ତରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଗଭୀର ମର୍ମାହତ୍ ହୋଇଥିଲେ। ତାଙ୍କର ମର ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ନିଜ ବାସଭବବନ ଗୋବରା ଠାରୁ ଶୋଭାଯାତ୍ରାରେ ଆଣି ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରକୁ ନିଆଯାଇଥିଲା । ସେଠାରେ ଉପସ୍ଥିତ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଦେବେଶ ଚନ୍ଦ୍ର ମହପାତ୍ର, ସୁଶାନ୍ତ କୁମାର ଲେଙ୍କା, ଦୀପକ ରାଓ, ମହେଶ୍ଵର ରାଉତ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଓ ପୁଷ୍ପମାଳ ପ୍ରଦାନ କରି ମର ଶରୀରକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ସଭାପତି ରାମଚନ୍ଦ୍ର ସାହୁ ଓ ଉପସଭାପତି ଚନ୍ଦ୍ର ଶେଖର ପଣ୍ଡାଙ୍କ ନେତୃତ୍ୱରେ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନରେ,ସମିତି ସଭ୍ୟ ବିଭୂପାଦ ଜେନାଙ୍କ ନେତୃତ୍ୱରେ ଗୋବରା ପଂଚାୟତ କାର୍ଯ୍ୟାଳୟରେ,ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକଙ୍କ ନେତୃତ୍ୱରେ ବିଶ୍ୱଭାରତୀ ପରିସରରେ,ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ କ୍ଷତ୍ରିୟବରପୁର ସ୍ନାତକ ମହାବିଦ୍ୟାଳୟରେ,ଅଧ୍ୟକ୍ଷା ମାମା ପରିଡାଙ୍କ ନେତୃତ୍ୱରେ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା I ପୈତୃକ ଗ୍ରାମ ନୁଆଁପଡ଼ା ଗ୍ରାମ ଶ୍ମଶାନରେ ସ୍ଵର୍ଗତ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ ପୁଅ ବିଶ୍ଵକାନ୍ତ ମୁଖାଗ୍ନି ଦେଇଥିଲେ I ତାଙ୍କର ଶେଷ ଦର୍ଶନ କରିବା ପାଇଁ ଆଳିଆ କୂଳ କୁଳାଧିପତି ପ୍ରହଲ୍ଲାଦ ଲେଙ୍କା, ମଣ୍ଡଳ ସଭାପତି ଦିବ୍ୟଲୋଚନ ବିଶ୍ୱାଳ, ସାଂସଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ରବୀନ୍ଦ୍ର ସାହୁ, ହରିବନ୍ଧୁ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ I ସ୍ଵର୍ଗତ ନାୟକଙ୍କ ବିୟୋଗରେ ସୋରଡା bidhaବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଗୋବରା ସମିତିସଭ୍ୟ ବିଭୂପାଦ ଜେନାଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବି, ଜନପ୍ରତିନିଧି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post