ଜିଲ୍ଲାସ୍ତରୀୟ କିଶୋରୀ ସଶକ୍ତି କରଣ ପାଇଁ “ଅଦ୍ୱିକା କପ୍”- ୨୦୨୩ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ କିଶୋରୀ ସଶକ୍ତି କରଣ ପାଇଁ ”ଅଦ୍ୱିକା କପ୍”-୨୦୨୩ ଆଜି ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ପ୍ରଶସନ , ସମାଜ ମଙ୍ଗଳ କଲ୍ୟାଣ ବିଭାଗ ଓ ଆକ୍ସନ୍ଏଡ୍ ଓ ଉନିସେଫେ ର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ , ଗଜପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଫାଲଗୁନି ମାଝୀ , ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟର ମେନେଜର ଶ୍ରୀ ଦୁର୍ଗା ପ୍ରସାଦ ପାଢ଼ୀ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳେଇ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ବି.ଆଲେଆ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ପ୍ରୋଟେକ୍ସନ ଅଫିସର୍ ଶ୍ରୀମତୀ କେ.ସୁନୀତା ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ସଂଯୋଜକ ଆକ୍ସନ୍ଏଡ୍ ଶ୍ରୀଯୁକ୍ତ ବିକାଶ କୁମାର ମେହେର। ଏହି ଜିଲ୍ଲାସ୍ତରୀୟ ”ଅଦ୍ଵିକା କପ୍”ରେ ଜିଲ୍ଲାର ସମସ୍ତ ବ୍ଲକର ଶହେରୁ ଉର୍ଦ୍ଧ୍ବ ଛାତ୍ରୀମାନେ ଫୁଟବଲ ଖେଳରେ ଯୋଗ ଦେଇଥିଲେ। ପରେ ପରେ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ସମସ୍ତ ଦୋଳମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ ଅତିଥି କିଶୋରୀ ସଶକ୍ତିକରଣ ପାଇଁ ଅଣ ପାରମ୍ପାରିକ କ୍ରୀଡ଼ାର ଉପାଦେୟତା ଉପରେ ଉଦ୍ ବୋଧନ ଦେବା ସହ ସମାଜରେ କିଶୋରୀମାନଙ୍କ ପ୍ରତି ଥିବା ବିଚାରଧାରାରେ ପରିବର୍ତ୍ତନ ଅଣିବା ପାଇଁ ଆହ୍ବାନ ଦେଇଥିଲେ। ଏହା ସହିତ କିଶୋରୀମାନେ ପାଠ ପଢିବା ସହିତ କ୍ରୀଡ଼ା ଉପରେ ମଧ୍ୟ ଦୃଷ୍ଟି ଦେବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର , ଭାରପ୍ରାପ୍ତ କ୍ରୀଡ଼ା ନିରୀକ୍ଷକ ସମେତ ଜିଲ୍ଲାର ସମସ୍ତ ବ୍ଲକର ସିଡିପିଓ ଓ ସମସ୍ତ କ୍ରୀଡ଼ା ଶିକ୍ଷକ ଉପସ୍ଥିତ ରହି ସହୋଯୋଗ କରିଥିଲେ।

Leave A Reply

Your email address will not be published.