ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲାରେ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରୁ ଜିଲ୍ଲାର ୫ ଟି ଶିଶୁ ଯତ୍ନ ଅନୁଷ୍ଠାନର ୬୭ ଜଣ ଶିଶୁଙ୍କୁ ନେଇ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ତ୍ରିପାଠୀ , ସମ୍ମାନିତ ଅତିଥି ଭାବରେ ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ଶିଶୁମାନଙ୍କ ମଧ୍ୟରେ ପ୍ରଥମେ କ୍ରିଡା ପ୍ରତିଯୋଗୀତା ଯଥା ୧୦୦ ମୀଟର ଦୌଡ , ୨୦୦ ମିଟର ଦୌଡ , ଉଚ୍ଚ ଡିଆଁ ଓ ଲମ୍ବ ଡିଆଁ , ଚେସ , କ୍ୟାରୋମ ବୋର୍ଡ ଇତ୍ୟାଦି କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ତ୍ରିପାଠୀ , ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ ନାୟକ , ଶିଶୁମଙ୍ଗଳ ସମିତି ର ଅଧ୍ୟକ୍ଷତ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର ଓ ସଭ୍ୟ ମମତାରଣୀ ଶତପଥୀ , ବିଚିତ୍ରାନନ୍ଦ ପାଣି , ସୁଜାତା ପଟ୍ଟନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଶିଶୁମାନେ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ପ୍ରଶଂସାପତ୍ର ଓ ପୁରସ୍କାର ଗ୍ରହଣ କରି ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ।
ପ୍ରକାଶ ଥାଉକି ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ପାଇଁ ମହକ କାର୍ଯ୍ୟକ୍ରମ କରାଯିବ। ଉତ୍ସାହ ଓ ମହକ କାର୍ଯ୍ୟକ୍ରମରେ ଯେଉଁ ଶିଶୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିବେ ସେମାନେ ରାଜ୍ୟ ସ୍ତରରେ ହେବାକୁ ଥିବା ମହକ ଓ ଉତ୍ସାହ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ଅଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁଙ୍କ ଅନ୍ତ ର୍ନିହିତ ପ୍ରତିଭାର ବିକାଶ କରିବା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମକର୍ତ୍ତା , ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମକର୍ତ୍ତା , ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଦ୍ୟାଳୟର କ୍ରିଡା ଶିକ୍ଷକ ପରିଚାଳନା କରିଥିଲେ।

Leave A Reply

Your email address will not be published.