ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ନ୍ୟାୟ ପାଇଲେ ଶିକ୍ଷୟତ୍ରୀ, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ କାର୍ଯ୍ୟଭାର ଗ୍ରହଣ କଲେ
କନ୍ଧମାଳ(ଗଗନ କୁମାର ପ୍ରଧାନ): ଦୀର୍ଘ ୨୭ ବର୍ଷ ଆଇନ ଲଢେ଼ଇ ପରେ ନ୍ୟାୟ ପାଇଛନ୍ତି ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ପିଇଟି ଶିକ୍ଷୟତ୍ରୀ I ଆଇନର ଲଢେଇରେ ବିଜୟ ହୋଇ ଆଜି ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି I ମାନ୍ୟବର କୋର୍ଟଙ୍କ ଠାରୁ ନ୍ୟାୟ ପାଇ ଥିବାରୁ ବେଶ ଖୁସି ବ୍ୟକ୍ତ କରିବା ସହ ସାଧୁବାଦ ଜଣାଇ ଛନ୍ତି I
କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଠାରେ ଥିବା ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପି.ଇ.ଟି ଶିକ୍ଷୟିତ୍ରୀ ଭାବେ ନର୍ମଦା କୁମାରୀ ପାତ୍ର ୧୯୮୯ ମସିହାରେ ଜଏନ କରି ପି.ଇ.ଟି ଶିକ୍ଷୟିତ୍ରୀ ଭାବେ ନିଜର ଦାୟିତ୍ବ ନିର୍ବାହ କରି ଆସୁଥିଲେ I କିଛି ବର୍ଷର ବ୍ୟବଧାନ ପରେ କୌଣସି କାରଣ ବଶତଃ ତାଙ୍କୁ ଉକ୍ତ ଅନୁଷ୍ଠାନରୁ ଦୁରେଇ ଦିଆ ଯାଇଥିଲା I ସେଥି ନିମନ୍ତେ ସେ ଆଇନର ଆଶ୍ରୟ ନେଇଥିଲେ I ପରିଶେଷରେ ତାଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଦୀର୍ଘ ୨୭ ବର୍ଷ ପରେ ସବୁଜ ସଂକେତ ମିଳିଛି I ଯାହାକୁ ନେଇ ସେ ଖୁସୀ ବ୍ୟକ୍ତ କରି ଆଜି ତାଙ୍କ କାର୍ଯ୍ୟରେ ଯୋଗଦାନ କରିଛନ୍ତି I ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ ପ୍ରଭା ଦାଶ ତାଙ୍କୁ ଆଜି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ WPC-6550/2020 ତା -୧୫-୦୯-୨୦୨୩ ଅର୍ଡର ଅନୁଯାୟୀ ତାଙ୍କୁ କାର୍ଯ୍ୟଭାର ପ୍ରଦାନ କରିଛନ୍ତି I ପୁରୁଣା ପରିଚୟ ପୁନର୍ବାର ଫେରି ପାଇ ତଥା ଛାତ୍ରୀ ଙ୍କ ସେବା କରିବା ନିମନ୍ତେ ସୁଯୋଗ ପୁଣି ଥରେ ପାଇଥିବା ଯୋଗୁଁ ଏବଂ ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ବିଜୟ ହୋଇଥିବା ଯୋଗୁଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଧନ୍ୟବାଦ ଦେଇଥିବା ସଙ୍ଗେ ସଙ୍ଗେ ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କାର୍ଯ୍ୟରତ କର୍ମଚାରୀଙ୍କୁ ଅଶେଷ ଧନ୍ୟବାଦ ସହ ସାଧୁବାଦ ଜଣେଇଛନ୍ତି ପି.ଇ.ଟି ଶିକ୍ଷୟିତ୍ରୀ ନର୍ମଦା କୁମାରୀ ପାତ୍ର I