ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ

0 2

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ସ୍ଥିତ ଶ୍ରୀରାମପଦା ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ  ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟପ୍ରକାଶ ପ୍ରଧାନଙ୍କ ତତ୍ବାବଧାନରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ବ୍ଲକର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ସମସ୍ତ ଛୋଟ ବଡ଼ ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗରେ ତର୍କ, ପ୍ରବନ୍ଧ ଲିଖନ, ସଙ୍ଗୀତ, ଚିତ୍ରାଙ୍କନ, ସୃଜନାତ୍ମକ ଲିଖନ, କୁଇଜ୍ ଏବଂ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I ଚଳିତ ବର୍ଷର ଶିଶୁ ମହୋତ୍ସବ “ସୁରଭି”ର ମୁଖ୍ୟ ଉଦେଶ୍ୟ ଥିଲା “ମିଲେଟ” ମିଶନ I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଧ୍ୟାପକ ଡ଼ଃ ନଳିନୀ କୁମାରପାଣିଗ୍ରାହୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନ ଯୋଗ ଦେବା ସହ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଜିଲ୍ଲା ସ୍ତରୀୟ ଶିଶୁ ମହୋ ତ୍ସବ “ସୁରଭି”ରେ ଭଲ ପ୍ରଦର୍ଶନ କରି ନିଜ ନିଜ ବିଦ୍ୟାଳୟ  ତଥା ନିଜ ଅଞ୍ଚଳ ର ସୁନାମ ଅର୍ଜନ କରିବା ନିମନ୍ତେ ଦିଗ୍ଦର୍ଶନ ବାର୍ତ୍ତା ପ୍ରଦାନ କରିଥିଲେ I ପରିଶେ ରେ ଉପସ୍ଥିତ ସମସ୍ତ ଭଦ୍ର ମଣ୍ଡଳୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଘୁ.ଉଦୟଗିରି ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.