ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି : ଓଡିଆ ଭାଷା ବୃତ୍ତି  ପୁରସ୍କାର, ମୁଖ୍ୟମନ୍ତ୍ରୀ ମେଧା ବୃତି ଓ ମୋ ସ୍କୁଲ ଅଭିଯାନର ଘୋଷଣା

0

 

– ୪୦ ହଜାର କୃତୀ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା

– ମୋ ସ୍କୁଲ ଅଭିଯାନ ପାଇଁ ୧୦୦ କୋଟି  ଟଙ୍କାର କର୍ପସ୍ ପାଣ୍ଠି ଘୋଷଣା

ଭୁବନେଶ୍ୱର: ଓଡିଆ ଭାଷା ପ୍ରତି ଆଦର ବୃଦ୍ଧି ସରକାରଙ୍କ ଲକ୍ଷ୍ୟ  । ଏଥିପାଇଁ ଓଡିଆ ଭାଷାରେ ୧୦ମ ଶ୍ରେଣୀରେ ଭଲ କରିଥିବା ପିଲାଙ୍କୁ ଓଡିଆ ଭାଷା ବୃତି ପୁରସ୍କାର ଦେବା ପାଇଁ ସରକାର ନୀତିଗତ ଭାବେ ନିଷ୍ପତ୍ତି  ନେଇଛନ୍ତି  । ପ୍ରତି ବ୍ଲକ୍ ରେ ୧୦ ଜଣ ଲେଖାଏଁ ପିଲାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ  । ସେହିପରି ୧୦ମ ଶ୍ରେଣୀରେ ଭଲ ନମ୍ବର ରଥିବା ପିଲାଙ୍କୁ ମୁଖ୍ୟମନ୍ତ୍ରୀ ମେଧା ବୃ ି ପୁରସ୍କାର ଦିଆଯିବ  । ପ୍ରତି ବ୍ଲକ୍ ଓ ସହରାଂଚଳର ପିଲାମାନେ ଏହି ପୁରସ୍କାର ପାଇବେ  । ୪୦ ହଜାର ପିଲା ଏହା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  ।

ରାଜ୍ୟ ସ୍ତରୀୟ ଶିଶୁ ଦିବସ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କ୍ୟାପିଟାଲ ହାଇସ୍କୁଲ ପଡିଆରେ ମହାସମାରୋହରେ ମୁଖ୍ୟମନ୍ତ୍ରୀ  ଏହି ଘୋଷଣା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମେଧା ବୃ ି ଯୋଜନାରେ ରାଜ୍ୟର ୪୦ ହଜାର ପିଲାଙ୍କୁ ୫ ହଜାର ଲେଖାଏଁ ପୁରସ୍କାର ଅର୍ଥ ଦିଆଯିବ  । ପ୍ରତି ବ୍ଲକ୍ ରେ ୧୦୦ ଜଣ , ପ୍ରତି ମ୍ୟୁନିସପାଲଟି କର୍ପୋରେସନ୍ ରେ ୧୦୦ ଜଣ , ପ୍ରତି ମ୍ୟୁନସିପାଲଟି ରେ ୫୦ ଜଣ ଏବଂ ପ୍ରତି ଏନଏସିରେ ୨୦ ଜଣ ଛାତ୍ରଛାତ୍ରୀ ଏହି ପୁରସ୍କାର ପାଇ ପାରିବେ  । ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଥିବା ପିଲାମାନଙ୍କର ବାପା ମା  ମାନଙ୍କୁ ସମ୍ମାନିତ କରାଯିବା ସହିତ ଭଲ ଫଳ କରିଥିବା ସ୍କୁଲର ପିଲାମାନଙ୍କ ମଧ୍ୟ ପୁରସ୍କୃତ କରାଯିବ  । ପ୍ରତି ବ୍ଲକ୍ ର ଶ୍ରେଷ୍ଠ   ୩ଟି ସ୍କୁଲକୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ଏବଂ ଏହା ସେହି ସ୍କୁଲର ଶିକ୍ଷକ ମାନଙ୍କ ମଧ୍ୟରେ ବଂଟାଯିବ  ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଦୃଢ ଇଚ୍ଛା ଶକ୍ତି ସହ ପାଠ ପଢ ଓ ଆଗକୁ ବଢ  ପିଲାମାନେ ପାଠପଢ଼ା ସହ କ୍ରୀଡା,ସଂଗୀତ, ସମାଜସେବା ସବୁ କ୍ଷେତ୍ରରେ ଓଡିଶାର ଟେକ ରଖନ୍ତୁ  । ପଂଚସଖାଙ୍କ ଭାର୍ଗବୀ ଶପଥ ସମ୍ପର୍କରେ ସ୍ମରଣ କରାଇ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାର ସ୍ୱାଭିମାନର ବିକାଶ ପାଇଁ ପିଲାମାନେ ଆଗକୁ ଆସନ୍ତୁ  ଓଡିଶା ବାହାରେ ଆମ ପିଲା ଭଲ କରିଥିବାରୁ ମୁଁ ଗର୍ବିତ ବୋଲି ସେ କହିଥିଲେ ।  ସବୁ ଆହ୍ୱାନର ସମ୍ମୁଖୀନ ହୋଇ ଦୃଢ ସଂକଳ୍ପ ସହ ଆଗକୁ ବଢିବା ଓ ମା ମାଟିର ଗୌରବକୁ ଉଚ୍ଚ କରିବା , ବାପା ମା ଙ୍କ ପ୍ରତି ଦାୟିତ୍ୱବାନ ହେବା ସହ ସମାଜ ପାଇଁ କାମ କରିବା ଜରୁରୀ । ଶିକ୍ଷା ହିଁ ସଭ୍ୟତାର ବିକାଶକୁ ଆଗକୁ ନେଇଥାଏ  । ଓଡିଶାରେ ବିଭିତ୍ତ ସାମାଜିକ ଓ ଅର୍ଥନୈତିକ ସୂଚକାଙ୍କର ଉତ୍ତତି ଘଟିଛି  । ଏହାକୁ ପରବର୍ତୀ ସ୍ତରକୁ ନେବାକୁ ହେଲେ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ବିଶ୍ୱ ବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଗୁଣାତ୍ମକ ଶିକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ପ୍ରତି ପିଲା ଭିତରେ ବିପୁଳ ସମ୍ଭାବନା ଭରି ରହିଛି  । ସେ ସମ୍ଭାବନାର ବିକାଶ ଆଜି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ଜନ୍ମ ଦିବସକୁ ସାରା ଦେଶରେ ଶିଶୁ ଦିବସ ରୂପେ ପାଳନ କରାଯାଉଛି  । ରାଜ୍ୟର ସବୁ ପିଲା ସ୍କୁଲକୁ ଆସନ୍ତୁ  , ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁୁ । ପାଠ ସହ କ୍ରୀଡା , ସଙ୍ଗୀତ ଓ ସମାଜ ସେବା ଭଳି ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ  । ସେମାନଙ୍କ ଭିତରେ ଜିଜ୍ଞାସା ଭାବ ଓ ବୈଜ୍ଞାନିକ ମନୋବୃତ୍ତି  ସୃଷ୍ଟି ହେଉ । ପିଲାମାନେ ଆଧୁନିକ ଟେକ୍ନନୋଲୋଜି ବିଷୟରେ ଭଲ ଭାବେ ଜାଣନ୍ତୁ  । ସ୍କୁଲ ଏଦିଗରେ ବିକାଶ ପାଇଁ ସୁଯୋଗ ସୃଷ୍ଟି କରୁ  । ଶେଷରେ ସେ କହିଥିଲେ ଯେ ଓଡିଆ ପିଲା ମାନେ ଜାତୀୟ ଓ ଅନ୍ତର୍ଜତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି  । ଖବର କାଗଜ ଓ ଟିଭି ସ୍କ୍ରିନ୍ ରେ ଦେଖି  ମୁଁ ଆନନ୍ଦିତ ହୁଏ ଓ ଗର୍ବ ଅନୁଭବ କରେ  । ପିଲା ମାନଙ୍କ ଭିତରେ ଓଡିଆ ସ୍ୱାଭିମାନ ବିକାଶ ପାଇଁ ପ୍ରଥମ କରି ସବୁ ସ୍କୁଲରେ ଶପଥ ପତ୍ର ଆରମ୍ଭ କରୁଛୁ  । ପିଲା ମାନଙ୍କୁ ସେମାନଙ୍କର  ସ୍ୱପ୍ନକୁ ସାକାର କରିବା ପାଇଁ ଏହା ପ୍ରେରଣା ଦେବା ଏହା ମୋର ଦୃଢ ବିଶ୍ୱାସ ରହିଛି ବୋଲି ସେ କହିଥିଲେ  ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାର ବରପୁତ୍ର ମଧୁବାବୁଙ୍କ ସେବା , ବିଜୁ ବାବୁଙ୍କ ସାହାସ ଏବଂ ପଂଚସଖାଙ୍କର ଭାର୍ଗବୀ ଶପଥ ସମ୍ପର୍କରେ ମନେ ପକାଇଥିଲେ  । ଏହାକୁ ଆଦର୍ଶ କରି ନିଜ ଜୀବନ ଗଢିିବା ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ପୁରୁଣା ଛାତ୍ରଙ୍କୁ ସ୍କୁଲ ସହ ଯୋଡିବା ପାଇଁ ମୋ ସ୍କୁଲ କ୍ୟାମ୍ପେନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  ଏଥିପାଇଁ ଶହେ କୋଟିଟଙ୍କାର କର୍ପସ ପାଣ୍ଠି ଗଠନ ବିଷୟରେ ଘୋଷଣା କରିଥିଲେ  ଆଗ୍ରହୀ ବ୍ୟକ୍ତିମାନେ ସ୍କୁଲରେ ବିଜ୍ଞାନଗାର, ଲାଇବ୍ରେରୀ ସ୍ଥାପନା ସହ କ୍ରୀଡାର ବିକାଶ ଓ ଶିକ୍ଷାଦାନ ଆଦି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ନିଜ ସ୍ୱପ୍ନକୁ  ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ   । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ  ଯଦି କୈାଣସି ବ୍ୟକ୍ତି କୌଣସି ସ୍କୁଲର ବିକାଶ ପାଇଁ କିଛି ଅ ର୍ଥ ଦାନ କରନ୍ତି, ତେବେ ସରକାର ତାର ଦୁଇ ଗୁଣ ଅର୍ଥ ଦାନ କରିବେ  । ଆଗ୍ରହୀ ବ୍ୟକ୍ତିମାନେ ସ୍କୁଲରେ ବିଜ୍ଞାନାଗାର , ଲାଇବ୍ରେରୀ ଆଦିର ସ୍ଥାପନା ସହିତ କ୍ରୀଡାର ବିକାଶ ଓ ଶିକ୍ଷାଦାନ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ  ।

Leave A Reply

Your email address will not be published.