ଢ଼େଙ୍କାନାଳ / ରବିନ୍ ଦାସ ; କଙ୍କଡ଼ାହାଡ଼ ବ୍ଲକ ଅନନ୍ତପୁର ସଂରକ୍ଷଣ ଜଙ୍ଗଲ ନଷ୍ଟ କରିସାରିଲେଣି କାଠ ମାଫିଆ ଯାହାକୁ ନେଇ ଆକ୍ସନ ମୁଡ଼୍ ରେ ସ୍ଥାନୀୟ ବନବିଭାଗ । ଏହି ଅଞ୍ଚଳରେ କାଠ ତସ୍କରୀ ମାଫିଆମାନେ ଦିନ ଦ୍ବିପହରରେ ମଧ୍ୟ ଜଙ୍ଗଲରେ ମେସିନ ଲଗାଇ କାଠ କାଟି ଚୋରା ଚାଲାଣ କରୁଛନ୍ତି । ସେହିପରି ଆଜି ମଧ୍ୟ ଏହି ବେଆଇନ କାରବାର ଦେଖିବାକୁ ମିଳିଥିଲା , ଖବର ପାଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ବନଖଣ୍ଡର କୀର୍ତ୍ତନପୁର ଫରେଷ୍ଟର ଶ୍ରୀଯୁକ୍ତ ହିମାଂଶୁ ଶେଖର ଟୁଡୁ , ପୁର୍ଣିମା ପଣ୍ଡା ବନ କର୍ମଚାରୀଙ୍କ ସହ ମିଳିତଭାବେ ଚଢ଼ାଉ କରିଥିଲେ । ଫରେଷ୍ଟ କର୍ମଚାରୀ ମାନଙ୍କୁ କାଠ ମାଫିଆମାନେ ଦେଖି ଅତି ଚତୁରତାର ସହିତ ଜଙ୍ଗଲରୁ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରେ ଏକ ଶଗଡ଼ ଗାଡି , ଓ ଏକ ଶାଳ କାଠ ଜବତ କରି ଅଧିକାରୀ କନ୍ଧରା ଫରେଷ୍ଟ ବିଟ୍ କୁ ଆଣିଥିଲେ । କାଠ ଚୋରାଚାଲାଣ ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଖୁବଶିଘ୍ର ଧାରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.