ରାୟଗଡ଼ା: ଜିଲ୍ଲା ସ୍ତରୀୟ ରାୟଗଡ଼ା ଜିଲ୍ଲା ଶିକ୍ଷା ବିକାଶ ସମିତି ତରଫରୁ ସ୍ଥାନୀୟ ଗାୟତ୍ରୀ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ରର ମୂଖ୍ୟ ବିଷୟବସ୍ତୁ:-“ଭାରତ ର ସ୍ବ” ଯଥା :-ଭାରତ ର ପରମ୍ପରା, ଭାରତୀୟ ସଂସ୍କୃତି, ଭାରତୀୟ ସଭ୍ୟତା, ଭାରତୀୟ ଧର୍ମ, ଭାରତୀୟ ଆୟୁର୍ବେଦ, ଓ ଭାରତର ବିଜ୍ଞାନ ର “ସ୍ବ” ବିଷୟରେ ଆଲୋକପାତ କରିଥିବା ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ରୁପସିଂ ରାଉତ(ଦକ୍ଷିଣ ସମ୍ଭାଗ ସଭାପତି), ଶ୍ରୀଯୁକ୍ତ ସୁରଥ ଡାକୁଆ(ଦକ୍ଷିଣ ସମ୍ଭାଗ ବିଦ୍ବତ୍ ପରିଷଦ ସମ୍ପାଦକ),ଜିଲ୍ଲାପ୍ରମୁଖ ଶ୍ରୀଯୁକ୍ତ ନରେନ୍ଦ୍ର ନାୟକ, ଶ୍ରୀଯୁକ୍ତ ହରିହର ଖମାରୀ,ମୂଖ୍ୟ ବକ୍ତା,ରାୟଗଡ଼ା ଖଣ୍ଡ ସଂଘଚାଳକ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର,ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ହରିଶ ଚନ୍ଦ୍ର ଦାସ, ବିଦ୍ୟାଳୟ ବିଦ୍ବତ୍ ପରିଷଦ ସଭାପତି ଶ୍ରୀଯୁକ୍ତ ରାମକୃଷ୍ଣ ସାହୁ, ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ତ୍ରିପାଠୀ, ସଂଯୋଜକ ଶ୍ରୀଯୁକ୍ତ ରମେଶ କୁମାର ନନ୍ଦ ମଞ୍ଚାସୀନ ଅଧିକାରୀ ଭାବେ ଉପସ୍ଥିତ ରହି ଏହି ଆଲୋଚନା ଚକ୍ର ର ସୁପରିଚାଳନା କରିଥିଲେ। ଏତଦ୍ ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୂର ସଂଘ ର କ୍ଷେତ୍ରୀୟ ଅଧିକାରୀ ଶ୍ରୀଯୁକ୍ତ ଯୋଗେଶ କୁମାର ଦାଶ, ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ଉପସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାତ୍ର,କୃଷକ ସଂଘର ପ୍ରାନ୍ତ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ରଜତ କୁମାର ମାଦଳା, ବିଜେପି ପ୍ରାନ୍ତ କାର୍ଯ୍ୟ କାରିଣୀ ଉପଦେଷ୍ଟା ଶ୍ରୀଯୁକ୍ତ କାଳୀରାମ ମାଝୀ, ବିଦ୍ୟାଳୟ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ହୃଦୟାନନ୍ଦ ପଣ୍ଡା, ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ରମେଶ କୁମାର ସାହୁ, ତଥା ସମୟଦାନୀ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ଭବାନୀ ଶଙ୍କର ଦାଶ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। ବୁଦ୍ଧିଜୀବୀ ମହଲ ରୁ ଶ୍ରୀଯୁକ୍ତ ଜଗଦୀଶ ଦୋରା, ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ନାୟକ, ଶ୍ରୀଯୁକ୍ତ ଭାଗୀରଥି ଶତପଥି, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଗୈ।ଡ଼ , ସମେତ ସମୁଦାୟ ୯୨ ଜଣ ବୁଦ୍ଧିଜୀବୀ ଏହି ଆଲୋଚନା ଚକ୍ର ରେ ସକ୍ରୀୟ ଅଂଶଗ୍ରହଣ କରି ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ବିଦ୍ୟାଳୟ ର ପରିଚାଳନା ସମିତି ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୀବ କୁମାର ଦାସ, ସଦସ୍ୟା ଶ୍ରୀମତୀ ପ୍ରଣିତା ନାୟକ, ଶ୍ରୀମତୀ ବବିତା ମାଣ୍ଡାଙ୍ଗି, ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଓ ସମସ୍ତ ଗୁରୁଜୀ ଗୁରୁମା ତଥା ସମସ୍ତ ସେବିକା, ତଥା ଦୁଇଟି ସଂକୁଳ ର ପ୍ରଧାନ ଆଚାର୍ଯ୍ୟ ତଥା ଜିଲ୍ଲାର ଅନ୍ୟାନ୍ୟ ବିଦ୍ୟାଳୟ ର ବିଦ୍ବତ୍ ପରିଷଦ ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁ-ପରିଚାଳନା ରେ ସହଯୋଗୀ ହୋଇଥିଲେ। ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁଧୀର କୁମାର ନେଗୀ ଓ ବିଦ୍ୟାଳୟ ର ସମ୍ପାଦକ ଡକ୍ଟର ସୁନୀଲ ପ୍ରସାଦ ମହାପାତ୍ର ବିଶେଷ ବ୍ୟବସ୍ଥାପକ ରୂପେ ଅଂଶୀଦାର ଥିଲେ। ଏହିଭଳି କାର୍ଯ୍ୟକ୍ରମ କୁ ଉପସ୍ଥିତ ସମସ୍ତ ପ୍ରତିଭାଗୀ ଭୂୟସୀ ପ୍ରଶଂସା ଓ ଅଭିଭାଦନ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post