କେନ୍ଦୁପତ୍ର ସହ ହାଇଓ୍ୱା ଜବତ, 3 ଗିରଫ

0

 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ଅଞ୍ଚଳରୁ କେନ୍ଦୁପତ୍ର ଚୋରାଚାଲାଣ ବୃଦ୍ଧି ପାଉଛି l ମାଫିଆମାନେ ଗ୍ରାମାଞ୍ଚଳ ରୁ କେନ୍ଦୁପତ୍ର ସଂଗ୍ରହ କରି ବିଭିନ୍ନ ଗାଡ଼ିମଟର ଯୋଗେ ଚୋରାଚାଲାଣ କରୁଛନ୍ତି l ଗତ ରାତି ରେଢ଼ାଖୋଲ ଥାନା ବେତଗଡ଼ ଅଞ୍ଚଳରୁ ଏକ ହାଇଓ୍ୱା ଯୋଗେ କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା ବେଳ ପୁଲିସ ଚଢ଼ାଉ କରି 10 କ୍ୟୁଣ୍ଟାଲ କେନ୍ଦୁପତ୍ର ଜବତ କରିବା ସହିତ 3 ଜଣଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଅନୁଗୁଳ ଜିଲ୍ଲା ଇଣ୍ଡଷ୍ଟ୍ରିଆଲ ଥାନା ଧାବରଧୁଆ ଗ୍ରାମର ସରୋଜ କୁମାର(35) କିଶୋରନଗର ଥାନା ବୈରାଗୀପାଲି ଗ୍ରାମର ସତ୍ୟନାରାୟଣ ବେହେରା(47)  ଓ ରେଢ଼ାଖୋଲ ଥାନା ଖଣ୍ଡହତା ଗ୍ରାମର ପଞ୍ଚାନନ ପ୍ରଧାନ(30)ବୋଲି  ଥାନାଅଧିକାରି ପ୍ରଶାନ୍ତ ସାମଲ କହିଛନ୍ତି l

ପୁଲୁସ ସୂତ୍ରରୁ ପ୍ରକାଶ ଗତ ରାତି ବେତଗଡ଼ ଅଞ୍ଚଳରୁ ଓଆର୍ 19 ସି 4959 ନମ୍ବର ବିଶିଷ୍ଟ ଏକ ହାଇଓ୍ୱା ରେ 10 କ୍ୟୁଣ୍ଟାଲ କେନ୍ଦୁପତ୍ର ବୋଝେଇ ହୋଇ ଚୋରାଚାଲାଣ ହେଉଥିବା ସଂପର୍କରେ ପାଟୋଟ୍ରୋଲିଂ କରୁଥିବା  ଏଏସ୍ଆଇ ରବିନାରାୟଣ ପ୍ରଧାନ ସୂଚନା ପାଇଥିଲେ l ସମସ୍ତ କର୍ମଚାରି ଚଢ଼ାଉକରି ଗାଡ଼ି ସହ କେନ୍ଦୁପତ୍ର ଜବତ କରିଥିଲେ l ଆଜି ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କରାଯାଇଛି l

Leave A Reply

Your email address will not be published.