, ଭଞ୍ଜନଗର ପୋଲିସ ଦ୍ୱାରା ଚୋରି ମୋବାଇଲ ସହ ଦେଶୀ ବନ୍ଧୁକ ଜବତ୍

0 3

ଭଞ୍ଜନଗରରୁ (ଉଦୟନାଥ ପଣ୍ଡା): ଭଞ୍ଜନଗର ପୋଲିସ ର ବଡ ସଫଳତା । ଭଞ୍ଜନଗର ଥାନାକୁ ଆସିଥିବା ନୂତନ ଥାନା ଅଧିକାରୀ ଙ୍କ ଆସିବା ଦିନ ଠାରୁ ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ ଗାଡି ମୋଟର ଯାଞ୍ଚ ଓ ଅପରାଧିକ ଗତି ବିଧି ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ଆଜି ୧୪ ତାରିଖ ଶନିବାର ଦିନ,ଭଞ୍ଜନଗର ଉପକଣ୍ଠ ଜାମପଲ୍ଲୀ ଗ୍ରାମରୁ ଏମ, ମରିଆ, ପିତା ସ୍ୱର୍ଗତ ଏମ,ଜଗୁ ଙ୍କୁ ବିଭିନ୍ନ ସମୟରେ ରାସ୍ତାରେ ମୋବାଇଲ ଛଡାଇବା,ଲୁଟ କରିବା,ଘରେ ତଥା ଦୋକାନ ମାନଙ୍କରେ ଡକାୟତ କରିବା ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଅଭିଯୁକ୍ତ ଠାରୁ ୨୪ ଗୋଟି ଦାମୀ ମୋବାଇଲ ସହ ଗୋଟେ ଦେଶୀ ବନ୍ଧୁକ ଜବତ ହୋଇଛି ।ଜବତ ହୋଇଥିବା ମୋବାଇଲ୍ ଦାମ ଲକ୍ଷ।ଧିକ ଟଙ୍କା ହୋଇଥିବା ବେଳେ କେବେ କେମିତି ଏତେ ପରିମାଣର ମୋବାଇଲ ରଖିଥିଲେ ତାହା ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୁକ୍ତ ବିରୁଦ୍ଧରେ ମାରଣାସ୍ତ୍ର ରଖିବା ,ଲୁଟ କରିବା ଆଦି ଅପରାଧିକ ଧାରା ଲଗା ଯାଇଛି।

Leave A Reply

Your email address will not be published.