କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରା କଂଗ୍ରେସ ପକ୍ଷରୁ ଆଜି ଡେରାବିଶ ବ୍ଲକ ଅନ୍ତର୍ଗତ ଖମୋଳ ପଞ୍ଚାୟତରେ ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଟକୁରା କଂଗ୍ରେସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଡେରାବିଶ ବ୍ଲକ କଂଗ୍ରେସ ଅଧ୍ୟକ୍ଷ ଉମେଶ ତ୍ରିପାଠୀ, ହରିଅଙ୍କ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖଦା ନନ୍ଦ ପ୍ରଧାନ,ଡେରାବିଶ ବ୍ଲକ ମହିଳା କଂଗ୍ରେସ ସଭାପତି ରଶ୍ମିତା ମହାନ୍ତି,ଚାନ୍ଦୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ କୈଳାସ କର,ପୂର୍ବତନ ଡେରାବିଶ ବ୍ଲକ କଂଗ୍ରେସ ସଭାପତି ଅନନ୍ତ ପାତ୍ରଙ୍କ ନେତୃତ୍ବରେ ସହ ସହ ଦଳୀୟ କାର୍ଯ୍ୟ କର୍ତ୍ତା ମାନେ ଖମୋଳ ପଞ୍ଚାୟତର ବାଗଦେବୀ ବିଦ୍ୟାପୀଠ ନିକଟରୁ ଦଳୀୟ ପତାକା ଓ ବ୍ୟାନର ଧରି ଏକ ଶୋଭାଯାତ୍ରାରେ ଖମୋଳ, ଜହ୍ନିମୂଳ,କୋରପଦା, କରିମୂଳ, କୋଶିଦା, ସଲାରୋ ଓ ଡାଳିଜୀ ଆଦି ଗ୍ରାମ ପରିକ୍ରମା କରି ଖମୋଳ ଛକ ନିକଟରେ ଥିବା ମଣ୍ଡପରେ ପହଞ୍ଚିଥିଲେ ।ସେଠାରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ଉମେଶ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ବ କରିଥିଲେ ।ଏହି ସଭାରେ କଂଗ୍ରେସ ନେତା ରତିକାନ୍ତ କାନୁନ୍ ଗୋ କଂଗ୍ରେସର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଉପସ୍ଥିତ ଥିବା ସହ ସହ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ ।ଓଡ଼ିଶାରେ ବିଜେଡି ସରକାର ଦୀର୍ଘ ୨୪ ବର୍ଷ ଧରି ଏକ ଛତ୍ର ବାଦି ଶାସନ କରିଆସୁଛି ।ଖଣି ଖାଦାନ,କୋଇଲା ଠାରୁ ଆରମ୍ଭ କରି ଲୁହାପଥର ପର୍ଯ୍ୟନ୍ତ ସବୁ ବିକ୍ରୀ କରି ସାରିଲାଣି ବିଜେଡି ସରକାର ।କେନ୍ଦ୍ରାପଡ଼ାରେ ଗୋଟେ ଛୋଟ ଶିଳ୍ପ ଟିଏ ବି ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ।ଆଜି କେନ୍ଦ୍ରାପଡ଼ା ବାସୀ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ।କାମଟିଏ ନପାଇ ବିଦେଶରେ ଆଜି ଓଡ଼ିଆ ଶ୍ରମିକମାନେ ଦାଦନ ଖଟୁଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ହଜାର ହଜାର ଟଙ୍କା ଦେଉଥିବା ବେଳେ ଓଡ଼ିଶା ସରକାର ମାତ୍ର ୫୦୦ଟଙ୍କା ଦେଇ ଓଡ଼ିଆଙ୍କୁ ଠକୁଛନ୍ତି ବୋଲି କଂଗ୍ରେସ ନେତା ରତିକାନ୍ତ କାନୁନଗୋ କହିଥିଲେ ।
Sign in
Sign in
Recover your password.
A password will be e-mailed to you.