ବାଲୁଗାଁ ମହାବଦ୍ୟାଳୟ ର ୩୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା।

2

ଚିଲିକା/ଖୋର୍ଦ୍ଧା:(ସେକ୍ କୌସର): ବାଲୁଗାଁ ମହବିଦ୍ୟାଳୟ ର ୩୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଡଃ କଳ୍ପନା ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରବାସ କୁମାର ସୁନ୍ଦରାୟ, ମୁଖ୍ୟ ବକ୍ତା ପ୍ରାକ୍ତନ କ୍ରୀଡା ପ୍ରଶିକ୍ଷକ ବିଜୟ କୁମାର ରାଉତ ଯୋଗ ଦେଇ କହିଥିଲେ କ୍ରୀଡା ଶିକ୍ଷା ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଶାରୀରିକ, ମାନସିକ ସୁସ୍ଥତା ପାଇଁ କ୍ରୀଡା ଜରୁରୀ। ପ୍ରତ୍ୟେକ ଦିନ ଶାରୀରିକ ବ୍ୟାୟାମ, ଯୋଗ,ଆସନ, ପ୍ରାଣାୟମ କରିବା ଉଚିତ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏବେ କ୍ରୀଡା କୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି ତେଣୁ ସମସ୍ତ ଛାତ୍ର ଛାତ୍ରୀ ପାଠ ପଢିବା ସହିତ କ୍ରୀଡା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ମହାରଣା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡା ସଂସଦ ର ବରିଷ୍ଠ ଉପସଭାପତି ମୃଡାଣି ଶଙ୍କର ପ୍ରସାଦ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।ଚଳିତ ବର୍ଷ+୨ ବାଳକ ବିଭାଗ ରେ ସୁମେଶ ସାମନ୍ତରାୟ, ବାଳିକା ବିଭାଗ ରେ ସାଲୋନି ପାତ୍ର,+୩ ବାଳକ ବିଭାଗ ରେ ରାଜେଶ ବେହେରା, ବାଳିକା ବିଭାଗ ରେ ନୀଲମ ସାହୁ ଚମ୍ପିୟାନ ହୋଇ ସମ୍ମାନିତ ହୋଇଥିଲେ। କାର୍ଯ୍ୟ କ୍ରମ କୁ ସଂଯୋଜନା କରିଥିଲେ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଡଃ ଲକ୍ଷ୍ମୀ ଧର ସୁବୁଦ୍ଧି। କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀ, ଡଃ ସନ୍ତୋଷ କୁମାର ରଥ, ବାଳକୃଷ୍ଣ ପାଢୀ,ମନୋଜ କୁମାର ନାୟକ, ଅଧ୍ୟାପିକା ସ୍ବାତି ସ୍ବାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅଧ୍ୟାପକ ଧୋବୀ ଚରଣ ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.