ଜମନକିରା ମିଲେଟ ମିଶନ ତରଫରୁ ମିଲେଟ ମଦର ଏଭେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

2

ଜମନକିରା: ଜମନକିରା ବ୍ଳକ ଓଡ଼ିଶା ମିଲେଟ ମିଶନ ତରଫରୁ ନୂଆଗାଁ ଅଙ୍ଗନବାଡି କେନ୍ଦ୍ର ଠାରେ ସମ୍ବଲପୁର ଇଣ୍ଟିଗ୍ରେଟେଡ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍ (ସିଡି) ଏବଂ ଶଗଡ଼େଶ୍ୱର ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ,ଜମନକିରା ମିଲେଟ ମିଶନ ତରଫରୁ ମିଲେଟ ମଦର ଇଭେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସିଡି ସଂସ୍ଥାର ତଥା ଜମନକିରା ମିଲେଟ୍ ମିଶନ ପ୍ରକଳ୍ପର ବ୍ଲକ ପୋଗ୍ରାମ କୋଡ଼ିନେଟର୍ ରାହୁଲ ରୋଶନ୍ ପ୍ରଧାନ, ଆସିଷ୍ଟାଣ୍ଟ ବ୍ଳକ ପୋଗ୍ରାମ କୋଡ଼ିନେଟର ଅନିଲ୍ କୁମାର ଜେନା, ପ୍ରଡ୍ୟୁସର କମ୍ପାନୀର ସିଇଓ ଗୋପବନ୍ଧୁ ସାହୁ, ମିଲେଟ୍ ମିଶନ ପ୍ରକଳ୍ପର ସିଆର୍ପି ରମେଶ କୁମୁରା ଏବଂ ସୁକାନ୍ତ ହଂସ,ଜମନକିରା କୃଷି ବିଭାଗର ପର୍ଯ୍ୟବେକ୍ଷକ ଚନ୍ଦ୍ରିକା ଦେହୁରୀ, ସମନ୍ୱିତ ଶିଶୁ ବିକାଶ ବିଭାଗର କ୍ଷେତ୍ର ପରିଦର୍ଶିକା ମିନା ନାୟକ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାବୃନ୍ଦ, ଗର୍ଭବତୀ ମହିଳା ଏବଂ ପ୍ରସୁତି ମହିଳା ଯୋଗ ଦେଇଥିଲେ । ମିଲେଟ ତଥା ମାଣ୍ଡିଆ କୁ ଖାଦ୍ୟ ରୂପେ ବ୍ୟବହୃତ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି, ମିଲେଟରେ ମା ଓ ଛୁଆର ଗୁରୁତ୍ଵ ଉପରେ ବିଭିନ୍ନ ଦିଗ ପ୍ରତି ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମାଣ୍ଡିଆ, କ୍ଷୀର, ଗୁଡ ଇତ୍ୟାଦି ଦ୍ବାରା ପ୍ରସ୍ତୁତ ହୋଇଥିବା ମାଣ୍ଡିଆ କ୍ଷୀରି, ଠେଟରୀ,ସୁଆଁଲି,ସିଝିଲି ପିଠା, ପୁଡ଼ି, ମଣ୍ଡା ପିଠା ଓ ପକୁଡି କୁ ଉପସ୍ଥିତ ଥ‌ିବା ସମସ୍ତ ମହିଳା ମା, ଶିଶୁଙ୍କୁ ଦିଆଯାଇଥିଲା । ଶେଷରେ ଉପସ୍ଥିତ ଥ‌ିବା ସମସ୍ତ ମହିଳା, ମିଲେଟ୍ ମିଶନ ସାଥିରେ ଏବଂ ମିଲେଟକୁ ନିଜର ଦୈନଦିନ ଜୀବନର ଖାଦ୍ୟାଭ୍ୟାସରେ ଆଣିବେ ବୋଲି ଶପଥ ନେଇଥିଲେ ।

Leave A Reply

Your email address will not be published.