ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ଅଭିଯାନ

3

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଜିଆଇଇ ଟି ବିଶ୍ଵବିଦ୍ୟାଳୟ ପରିସରରେ ଆଜି ଗୁଣୁପୁର ଆଦର୍ଶ ଥାନା ଦ୍ଵାରା ସାଇବର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଅଭିଯାନରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସାଇବର ଠକେଇ, ଏହାର ନିରାକରଣ ଏବଂ ଏଥିରୁ କିପରି ନିଜକୁ ଦୁରେଇ ରଖି ହେବ ସେ ବିଷୟରେ ସୂଚନା ଦେଇଥିଲେ। ବିଶ୍ଵବିଦ୍ୟାଳୟର କୁଳପତି ଡ. ଏ ଭି ଏନ୍ ଏଲ୍ ଶର୍ମା ବର୍ତ୍ତମାନ ଯୁଗରେ ସାଇବର ସୁରକ୍ଷାର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ଉପରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଭାଗ ନେଇଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟ କମ୍ପ୍ୟୁଟର ବିଭାଗର ଡେପୁଟି ଡିନ ଅଧ୍ୟାପକ ଡ. ସଞ୍ଜୟ କୁମାର କୁଅଁର, ସିୱାଇଟିସି ପ୍ରାଇଭେଟ୍ ଲିମିଟେଡର ଫାଉଣ୍ଡର ଏବଂ ସିଇଓ ଶ୍ରୀ ପଙ୍କଜ ୟାଦବ, ଗୁଣୁପୁର ଏସଡିପିଓ ଶ୍ରୀ ବାବୁଲି ନାୟକ, ଗୁଣୁପୁର ପୋଲିସ ଥାନାର ଆଇଆଇସି ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ଏବଂ ଏସ.ଆଇ ଅଧିକାରୀ ଶ୍ରୀ ଅଶୋକ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.