ସୁବର୍ଣ୍ଣପୁର(ଆର୍ତ୍ତତ୍ରାନ ମହାପାତ୍ର) :ତା ୧୨.୧୦.୨୦୨୩:, ଆଜି ତା. ୧୨.୧୦.୨୦୨୩ ରିଖ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସଡକ ସୁରକ୍ଷା ସମିତି ର ମାସିକ ଆଲୋଚନା ସଭା ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ହେମନ୍ତ କୁମାର ପାଢ଼ୀ ଓ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା ଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ ତଥା କମିଟି ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ରାୟ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାର ଦୁର୍ଘଟଣା ଜନିତ ମୃତ୍ୟୁ ହାର କୁ ହ୍ରାସ କରିବା ନିମନ୍ତେ ସଚେତନ ହୋଇ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ ତତସହ ଏନ ଏଚ ୫୭ ରେ ଅବସ୍ଥିତ ଘାଟ କଇଁତରା ପୋଲର ଉଭୟ ପାର୍ଶ୍ୱରେ ଅତ୍ୟଧିକ ଗର୍ତ୍ତ ହୋଇଥିବା ରାସ୍ତାକୁ ତୁରନ୍ତ ମରାମତି ପାଇଁ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ବଲାଙ୍ଗୀର ଙ୍କୁ ନିର୍ଦେଶ ଦେଇଥିଲେ l ପୁନଶ୍ଚ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜର ମୁଖ୍ୟରାସ୍ତା କୁ ସଂଯୋଗ କରୁଥିବା ମୁଖ୍ୟ ଫାଟକକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଗଠିତ ଜିଲ୍ଲାସ୍ତରୀୟ କମିଟି କୁ ଅନୁମୋଦନ କରିଥିଲେ । ଜିଲ୍ଲାରେ ହାତୀ ମାନଙ୍କ ଗନ୍ତବ୍ୟ ସ୍ଥଳ ଯେପରି ସୁରକ୍ଷିତ ହୋଇ ରହିବ ଓ ସେଠାରେ ଜନସାଧାରଣ ଙ୍କ ଦୃଷ୍ଟି ଗୋଚର ହେଲା ଭଳି ସୂଚନା ଫଳକ ମାନ ଲଗେଇବା ପାଇଁ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ପରିଶେଷରେ ମଦ୍ୟପାନ କରି ଗାଡି ନ ଚଲେଇବା ପାଇଁ ପରିବହନ ବିଭାଗ ଓ ପୋଲିସ ବିଭାଗର ଅଧିକାରୀଙ୍କୁ ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.