ଜଗତସିଂହପୁର,ତା-୧୧.୧୦.୨୦୨୩/ସୁମନ୍ତ କୁମାର ଦାସ:ଗତିଶୀଳତା ହିଁ ସଶକ୍ତିକରଣ’ ର ମୂଳମନ୍ତ୍ର ନେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ମିଶନ ଶକ୍ତି ସ୍କୁଟର ଯୋଜନା’ର ଶୁଭାରମ୍ଭ କରିଛନ୍ତି।ଏକ ବର୍ଣ୍ଣାଢ୍ଯ ପରିବେଶ ମଧ୍ଯରେ ଲୋକସେବା ଭବନ ର କନଫରେନ୍ସ ହଲ୍ ଠାରେ ଏହି ଯୁଗାନ୍ତକାରୀ ଯୋଜନାକୁ ପତାକା ଦେଖାଇ ଆରମ୍ଭ କରିଥିଲେ,ଯେଉଁଥିରେ 15000 ହିତାଧିକାରୀ ସ୍କୁଟର ପାଇଥିବା ବେଳେ ଆଗକୁ ଦୁଇଲକ୍ଷ ମା’ ମାନେ ଏହାର ସୁବିଧା ନେଇପାରିବେ।ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ବ୍ୟାଙ୍କ ରୁ ଋଣ ନେଇ ନିଜ ମନପସନ୍ଦ ର ସ୍କୁଟର କିଣିପାରିବେ ସମସ୍ତ ଏସ .ଏଚ. ଜି. କର୍ମକର୍ତ୍ତା,ସି. ଆର .ପି., ଏସ .ଏଲ. ପି., ବ୍ୟାଙ୍କ ମିତ୍ର,କୃଷି ମିତ୍ର,ପ୍ରାଣୀ ମିତ୍ର ଆଦି ମିଶନ ଶକ୍ତି ର ସଦସ୍ଯା ମାନେ ଯାହା ସେମାନଙ୍କ କାର୍ଯ୍ୟଦକ୍ଷତା କୁ ଦ୍ବିଗୁଣିତ କରିବ।ରାଜ୍ୟରେ ଏହି ଉତ୍ସବ ସମୟରେ ମୁଖ୍ଯ ଶାସନ ସଚିବ, 5ଟି ସଚିବ, ମିଶନ ଶକ୍ତି କମିଶନର ତଥା ସଚିବ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳ ରୂପାୟନ କରିଥିଲେ।ଏହାପରେ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଜଗତସିଂହପୁର ସ°।ସଦ ଡା.ରାଜଶ୍ରୀ ମଲ୍ଲିକ, ପାରାଦ୍ବୀପ ବିଧାୟକ ଶ୍ରୀ ସନ୍ଦୀପ ରାଉତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଜାତା ମହାନ୍ତି ପ୍ରମୁଖ 100ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କୁ ପତାକା ଦେଖାଇ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଥିଲେ।ଜିଲ୍ଲାପାଳ ସମସ୍ତ ହିତାଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଗତିଶୀଳତା କୁ ପାଥେୟ କରୀ କର୍ମତତ୍ପର ହେବାପାଇଁ ଆହ୍ବାନ ଦେଇଥିଲେ।ଏହା ସହିତ ଓଡ଼ିଶା ସରକାରଙ୍କ ତରଫରୁ ପ୍ରତ୍ୟେକ ପଞ୍ଚାୟତ ଫେଡେରେସନ କୁ ନିଜସ୍ବ ବିଲ୍ଡିଂ ତଥା ମାର୍କେଟ କମ୍ପ୍ଲେକ୍ସ ପାଇଁ 30ଲକ୍ଷ ଟଙ୍କା ସହିତ ବ୍ଲକ ଓ ଜିଲ୍ଲା ଫେଡେରେସନ କୁ ଗୋଟିଏ ଲେଖାଏଁ ଗାଡି ଯୋଗାଇ ଦେବାର ନିଷ୍ପତ୍ତି ନିଆଯାଇଛି।ଏସ୍ .ଏଚ. ଜି. କୁ ଏସ .ଏମ. ଇ. ରେ ପରିଣତ କରି ନୂତନ ଓଡ଼ିଶା ଗଠନ ପାଇଁ ଏହା ଏକ ଅଭିନବ ପଦକ୍ଷେପ। ଜିଲ୍ଲାରେ ଅନ୍ୟମାନଙ୍କ ମଧ୍ଯରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଭିମନ୍ୟୁ ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଆଞ୍ଚଳିକ ପରିବହନ ଅଧିକାରୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର, ଡିଡିଏମ୍ ନାବାର୍ଡ,ଡିପିସି ମିଶନଶକ୍ତି,ଡିପିସି, ଓ.ଏଲ୍.ଏମ ,ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ। କରିଥିଲେ।
Sign in
Sign in
Recover your password.
A password will be e-mailed to you.