ମିଶନ ଶକ୍ତି ସ୍କୁଟି ଯୋଜନାରେ ଜିଲ୍ଲାର ୭୭ଜଣକୁ ଦିଆଗଲା ଇ-ସ୍କୁଟି

0 3

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା.୧୧/୧୦-  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ମୁଖ୍ୟାଳୟ ରେ ଶୁଭାରମ୍ଭ କରାଯାଇଥିବା ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ରାୟଗଡା ଜିଲ୍ଲାରେ ୭୭ଜଣ ସ୍ୱୟଂ ସହାୟକ ମହିଳାଙ୍କୁ ଇ-ସ୍କୁଟି ପ୍ରଦାନ କରାଯାଇଛି l ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମ୍ବନ୍ଧିତ କରି କହିଲେ ଯେ ମହିଳା ମାନଙ୍କ ଗତି ଶକ୍ତି ବଢ଼ାଇଲେ ସେମାନେ ସ୍ୱବଲମ୍ବୀ ହୋଇ ପାରିବେ l ଏସ.ଏଚ.ଜିରୁ ଏସ ଏମ ଇ କୁ ପରିଣତ କରିବୁ ବୋଲି କହିଥିଲେ l ଏହି ଭରଚୁଆଲ ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଶ୍ରୀମତୀ ଅନୁସୂୟା ମାଝୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ କାମାକ୍ଷୀ ପାଢ଼ୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମନେ ଉପସ୍ଥିତ ଥିଲେ l ଏହାପରେ ଜିଲ୍ଲାପାଳ, ଶ୍ରୀମତୀ ଦେବ ସିଂଙ୍କ ଉପସ୍ଥିତରେ ମୁଖ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ତଥା କାର୍ଯ୍ୟ ନିର୍ବାହୀ ଶ୍ରୀ କହଁର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ପାଢ଼ୀ, ଓଡିଶା ଜୀବିକା ମିଶନର ପ୍ରକଳ୍ପ ପରିଚାଳକ ଶ୍ରୀ ବାଗ , ଓରମାସର ଅତିରକ୍ତ ନିର୍ଦେଶକ ଶ୍ରୀ ମନୋଜ ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ସ୍କୁଟର ପ୍ରଦାନ କରାଯାଇଥିଲା। ଜିଲାରୁ ୧୨୪୫ଟି ଆବେଦନ ସ୍କୁଟି ପାଇଁ ବ୍ୟାଙ୍କକୁ ପଠାଯାଇଥିଲା ସେଥି ମଧ୍ୟରୁ ୨୪୮ଜଣକର ମଂଜୁର ହୋଇଥିବା ବେଳେ ଆଜି ଜିଲ୍ଲାର ୭୭ଜଣ କାର୍ଯ୍ୟ ନିର୍ବାହୀ ସଦସ୍ୟ,କମ୍ୟୁନିଟି ସପର୍ଟ ଷ୍ଟାଫ, ଜି.ପି.ଏଲ.ଏଫ ଓ ବିଏଲଏଫ ସଦସ୍ୟ ମହିଳାଙ୍କୁ ସ୍କୁଟି ପ୍ରଦାନ କରାଯାଇଥିଲା l ଏହା ଲୋନ ଆକାରରେ ମହିଳା ମାନଂକୁ ପ୍ରଦାନ କରାଯାଇଛି ଯାହାକି ବିନା ସୁଧରେ ୪ବର୍ଷରେ ସୁଜିବେ l

Leave A Reply

Your email address will not be published.