ଗୁଣୁପୁର ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓ ରଥର ଶୁଭାରମ୍ଭ।

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ମହାବିଦ୍ୟାଳୟ ରଙ୍ଗ ମଞ୍ଚ ଠାରେ ଗୁଣପୁର ପୋଲିସ ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ମିଳିତ ସହଯୋଗରେ ସାଇବର ସୁରକ୍ଷା ସଚେତନତା ସଭା ଏବଂ ସାଇବର ସୁରକ୍ଷା ଅଭିଯାନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଲଲିତ କୁମାର କଁହର , ଗୁଣପୁର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶିକା ଶାନ୍ତି ପ୍ରଭା ପ୍ରଧାନ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀତାଞ୍ଜଳି ପ୍ରଧାନ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ଅତିରିକ୍ତ ଜିଲ୍ଲାପାଳ ସତ୍ୟଜିତ୍ ନାୟକ, ସିଡିପିଓ ସୁଷମା ପ୍ରସାଦ, ଗୁଣପୁର ଆଦର୍ଶ ଥାନ ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶି ଭୂଷଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ। ଗୁଣପୁର ଉପଜିଲ୍ଲାପାଳ ଶ୍ରୀ କଁହର ସାଂପ୍ରତିକ ଡିଜିଟାଲ ଦୁନିଆରେ ସାଇବର ଅପରାଧ ସମାଜ ପାଇଁ ଏକ ବଡ଼ ବିପତ୍ତି ପାଲଟି ଯାଇଛି, ଆମମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ଯୋଗୁଁ ସାଇବର କ୍ରାଇମ୍ ଘଟୁଥିବା ଏହାର ମୁଖ୍ୟ କାରଣ ବୋଲି ନିଜ ଉଦବୋଧନରେ କହିଥିଲେ। ଗୁଣପୁର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ଶାନ୍ତି ପ୍ରଭା ପ୍ରଧାନ ଆମ ସମାଜ ତଥା ଜନସାଧାରଣଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି ବୋଲି ନିଜ ଉଦବୋଧନରେ କହିଥିଲେ।ସାଇବର ସୁରକ୍ଷାର ରହିଥିବା ନୀତି ନିୟମ ଗୁଡିକ ଅବଲମ୍ବନ କରିବା ସହ ସାଇବର ବିପଦ ଉପରେ ସଜାଗ ରହିବାକୁ ଆହ୍ବାନ କରି, ଅଧିକାଂଶ ଲୋକଙ୍କ ପାଖରେ ଏହି ସାଇବର ସୁରକ୍ଷା ସଚେତନତା କିଭଳି ପହଞ୍ଚି ପାରିବ, ଏହାହିଁ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ଗୁଣପୁର ଥାନା ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ତହସିଲଦାର , ବିଡିଓ ଗୁଣପୁର ପ୍ରମୁଖ ସାଇବର ସୁରକ୍ଷା ଓ ସେ ଦିଗରେ ସଚେତନତା ଓ ସତର୍କତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏଥି ସହିତ ଏକ ସଚେତନତା ପଦଯାତ୍ରା ଓ ସଚେତନତା ରାଲି ବାହାରି ଥିଲା। ଏସ୍ ଆଇ ଅଶୋକ କୁମାର ପାଢ଼ୀ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଏସ୍ ଆଇ ରୁଦ୍ର ମାଧବ ମୁଦୁଲି ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.