ଗୁଣପୁର ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

0 1

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ଵାନକ୍ରମେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଦାସଙ୍କ ନେତୃତ୍ୱରେ ଜନ ସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ହେଇଥିଲା। ନୂତନ ବସ ଷ୍ଟାଣ୍ଡ ନିକଟରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସହର ପରିକ୍ରମା କରି ଗୁଣୁପୁର ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶେଷ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ଶାରକା, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର ଦାସ, ଏଲିନା ଦାସ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଅନୂସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ସୁଶ୍ରୀ ସରସ୍ବତୀ ମାଝୀ, ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ , ରାମ ପଣ୍ଡା, ବାସା ଶତପଥୀ, ଦେବୀ ଆଚାର୍ଯ୍ୟ ପୀଙ୍କୁ ପଣ୍ଡା k କିରଣ କୁମାର ରିଣ୍ଟୁ ଦାସ, ବାବା ପ୍ରାସାଦ ଗଗନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।
* ଗୁଣୁପୁର ବ୍ଲକ, ରାମନାଗୁଡ଼ା ବ୍ଲକ, ପଦ୍ମପୁର ବ୍ଲକ, ଗୁଡାରି ବ୍ଲକ, ଚନ୍ଦ୍ରପୁର ବ୍ଲକ ର ସମସ୍ତ ବିଜୁ ପ୍ରେମୀ (ବରିଷ୍ଠ, ଯୁବ, ଛାତ୍ର ଓ ମହିଳା କର୍ମୀ ) ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ |

 

Leave A Reply

Your email address will not be published.