ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକସ ଆଣ୍ଡ କମ୍ୟୁନିକେସନ ବିଭାଗର ତିନି ଦିନିଆ କର୍ମଶାଳା ଉଦଯାପିତ

0 2

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକସ ଆଣ୍ଡ କମ୍ୟୁନିକେସନ ବିଭାଗ ପକ୍ଷରୁ ତିନି ଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି | ଏଥିରେ ବିଭାଗର ବିଭାଗୀୟ ମୁଖ୍ୟ ଡ଼ ବିଭୁ ପ୍ରସାଦ ଯୋଗ ଦେଇ କର୍ମଶାଳାର ଉପଦେୟତା ଓ ପ୍ରୟୋଗ ବିଷୟରେ କହିଥିଲେ /ପ୍ରଫେସର ଡ଼ ତୁଷାର କାନ୍ତ ପଣ୍ଡା ପ୍ରୋଜେକଟ ରିପୋର୍ଟ ଲେଖିବା ବିଷୟରେ କହିଥିବା ବେଳେ ଅଧ୍ୟାପକ ଆଶିଷ ତିୱାରୀ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ତିନିଦିନିଆ କର୍ମଶାଳାରେ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଇଲେକ୍ଟ୍ରୋନିକସ ସର୍କିଟ ତିଆରି କରିଥିଲେ / ପ୍ରଥମ ଦିନରେ ପ୍ରଫେସର ଡ଼ ଅମି କୁମାର ପରିଡା ଏବଂ ଡ଼ ପ୍ରିୟଦର୍ଶନ ପରିଡା ପ୍ରୋଟିଓସ ସଫ୍ଟୱାରେ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ | ପରେ ପ୍ରଫେସର ମନୋଜ କୁମାର ପଣ୍ଡା ,ରିଭୁ ଆଭୂଷଣ ପଣ୍ଡା ପ୍ରମୁଖ ଇଲେକ୍ଟ୍ରୋନିକସ ସର୍କିଟ ହାର୍ଡୱେର ଡିଜାଇନ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ | ଏହି ଅବସରରେ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ,କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ | ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ ଏନ.ଭି.ଜେ.ରାଓ ଏହି ଭଳି କର୍ମଶାଳା ଦ୍ୱାରା ଛାତ୍ରଛାତ୍ରୀ ମାନେ ନୂତନ ଜ୍ଞାନ ଆହରଣ କରିବାର ସୁଯୋଗ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ |

 

 

Leave A Reply

Your email address will not be published.