ଆଇନ ସାକ୍ଷରତା ଛାତ୍ରଛାତ୍ରୀଙ୍କ ଜିଲ୍ଲା କୋର୍ଟ ପରିଦର୍ଶନ

0 2

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଜିଲ୍ଲା ଏବଂ ଦୌରା ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଜବାହାର ନବୋଦୟ ବିଦ୍ୟାଳୟ, ନୟାଗଡ଼ ଓ ଜାତୀୟ ସେବା ସଂସ୍ଥା ବହୁମୁଖୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, ନବଘନପୁର, ଆଇନ ସାକ୍ଷରତା ଛାତ୍ର ଛାତ୍ରୀମାନେ ନୟାଗଡ ଜିଲ୍ଲା କୋର୍ଟକୁ ଶିକ୍ଷଣୀୟ ପରିଦର୍ଶନରେ ଆସିଥିଲେ। ପ୍ରଥମେ ଛାତ୍ର ଛାତ୍ରୀମାନେ ଜିଲ୍ଲା ଏବଂ ଦୌରା ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କୁ, ରେଜିଷ୍ଟ୍ରାର ଡଃ ନିଶାକର ସାହୁ, ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟ ସ୍ମୃତି ସ୍ନିଗଧା ଦାସ ଏବଂ ଜିଲ୍ଲା ଅଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁଙ୍କ ଉପସ୍ଥିତିରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଛାତ୍ର ଛାତ୍ରୀମାନେ ଜିଲ୍ଲା ଅଇନ ସେବା ପ୍ରାଧିକରଣର ବିଭିନ୍ନ କାର୍ଯ୍ୟାବଳି ଅନୁଧ୍ୟାନ କରିଥିଲେ । ସଚିବ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣର ମୌଳିକ ଆବଶ୍ୟକତା ଓ ଲକ୍ଷ୍ୟ ବୁଝାଇବା ସହିତ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଅଧ୍ୟକ୍ଷ ଜନାବ ଏସ. ଟି. ରହମାନ, ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାୟକ, ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସାହୁ ଏବଂ ପ୍ରାଧିକରଣ ସଦସ୍ୟ ଏମ.ଡି.ଉମର ମାଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.