ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜି ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି . ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବ୍ରତ ସାମନ୍ତରାୟ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ୩୦୦ ରୁ ଉର୍ଦ୍ଧ ଅଭିଭାବକ ଯୋଗ ଦେଇଥିଲେ। ଏଥିରେ ଛାତ୍ରଛାତ୍ରୀଙ୍କ ୧୦୦ ପ୍ରତିଶତ ଉପସ୍ଥାନ, ଶିକ୍ଷାର ଗୁଣାତ୍ମକ ବିକାଶ, ଶିକ୍ଷାର ବିକାଶ ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମଧ୍ୟରେ ନିରନ୍ତର ସମ୍ପର୍କ ସ୍ଥାପନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଦ୍ୟାଳୟ ରେ କ୍ୟେରିଆର ଯୋଜନା ଓ ସାମୁହିକ ପରାମର୍ଶ ଶିବିର ଆୟୋଜନ ନେଇ ଅଭିଭାବକ ମାନେ ମତ ଦେଇଥିଲେ। ପିଲାଙ୍କୁ ମାନସିକ ଚାପରୁ ମୁକ୍ତି କରାଯାଇ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରିବା ନେଇ ଶିକ୍ଷକ ଓ ଅଭିଭାବକ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ବରିଷ୍ଠ ଶିକ୍ଷାବିତ୍ ନିତ୍ୟାନନ୍ଦ ମହାନ୍ତି,ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ, ଗୀତାଞ୍ଜଳି ନିହାଲ୍, ସଞ୍ଜୟ କୁମାର ପାଢୀ ପ୍ରମୁଖ ଅଭିଭାବକ ଶିକ୍ଷା ଓ ସୈଖିକ ପରିବେଶର ଉନ୍ନତି ପାଇଁ ସେମାନଙ୍କ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଶ୍ରେଣୀ ପାଇଁ ଭିନ୍ନ ଭିନ୍ନ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ୩୦୦ ରୁ ଉର୍ଦ୍ଧ ଅଭିଭାବକ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.