ଜଗତସିଂହପୁର ସଦର ଥାନାରେ ବିଜୟ ଶଙ୍କର ଙ୍କ ନାମରେ ଏତଲା ଦେଲେ ବାନ୍ଧବୀ ସୋମାଲିକା

0 2

ଜଗତସିଂହପୁର ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କରଙ୍କ ବିବାଦ ବଢିବାରେ ଲାଗିଛି । କଟକ ସବରେଜିଷ୍ଟ୍ରାର ଅଫିସରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବାନ୍ଧବୀ ସୋମାଲିକା ଏହାକୁ ନେଇ ନାନା ପ୍ରକାରର ପ୍ରଶ୍ନ ଉଠାଇଛନ୍ତି । ଆଉ ଏହି ପ୍ରସଙ୍ଗରେ ଆଜି କଟକ ସବରେଜିଷ୍ଟ୍ରାର ଅଫିସକୁ ଯାଇ ଲିଖିତ ଅଭିଯୋଗ ମଧ୍ଯ କରିଛନ୍ତି ସୋମାଲିକା । ସେ କହିଛନ୍ତି, ‘ମୋର ବାରମ୍ବାର ବୟାନ ରେକର୍ଡ କରାଯାଇଛି ମାନ୍ୟବର କୋର୍ଟ ରେ ମାମାଲା ବିଚାରଧୀନ ଅଛି ମୋତେ ନ୍ୟାୟ ମିଳିନି ହେଲେ ସେ ଆଉ ଜଣଙ୍କୁ ବିବାହ କରିବାକୁ ବସିଲେଣି ।ପୁଲିସ ମୋତେ ନିରାଶ କରିଛି କାରଣ ବିଜୟ ଶଙ୍କର ଶାସକ ଦଳର ବିଧାୟକ ହୋଇଥିବାରୁ। ମୁଁ ବିଜୟଙ୍କ ନାଁରେ ପରିଚିତ ହେବାକୁ ଚାହେଁନି ।ମୋତେ ନ୍ୟାୟ ମିଳିନାହିଁ କିନ୍ତୁ ଅନ୍ଯପଟେ ବିଜୟ ଶଙ୍କର ପୁଣି ଲୁଚିଛପି ଭୁଲ ଠିକଣା ଦେଇ ଆଉ ଜଣଙ୍କୁ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାର ଅଫିସରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି ।ସେଥିପାଇଁ ଆଜି ସୋମାଲିକା ପୁଣି ତାଙ୍କ ନାଁରେ ଏତଲା ଦେଇଛନ୍ତି ଏବଂ ବଞ୍ଚିଥିବାp ଯାଏ ସେ ଏ ଲଢେଇ ଜାରି ରଖିବେ ଯେ ପର୍ଯ୍ୟନ୍ତ ଯାଏ ନ୍ୟାୟ ନ ମିଳିଛି ବୋଲି ନିଜର ପ୍ରତିକ୍ରିୟା ରେ କହିଛନ୍ତି ବାନ୍ଧବୀ ସୋମାଲିକା l

Leave A Reply

Your email address will not be published.